ଲହୁଣୀପଡ଼ା ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନଶୁଣାଣୀ…

youtube

ବଣାଇ ୨୫/୮ ବଣାଇ ଉପଖଣ୍ଡ ଅନ୍ତର୍ଗତ ଲହୁଣୀପଡା ବ୍ଲକ କାର୍ଯାଳୟ ସଭାଗୃହ ଠାରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଆଜି ଜନସାଧାରଣ ବିଭିନ୍ନ ଆପତ୍ତି ଅଭିଯୋଗ ର ଯୁଗ୍ମ ଜନଶୁଣାଣୀ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମୋଟ ୧୫୨ ଗୋଟି ଅଭିଯୋଗ ପାଞ୍ଜିକୃତ ହୋଇଥିଲା।ସେଥି ମଧ୍ୟରୁ ବାକ୍ତିଗତ ଭାବେ ୯୨ ଗୋଟି ଅଭିଯୋଗ ଆସିଥିବା ବେଳେ ସାମୁହିକ ବା ଦଳଗତ ଭାବେ ମୋଟ ୬୦ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା।ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ଜମିବାଡ଼ି ଓ ଭତ୍ତା ସମ୍ପକିତ ଅଭିଯୋଗ ରହିଥିବା ବେଳେ ଦଳଗତ ଅଭିଯୋଗ ମଧ୍ୟରେ ମୁଖ୍ୟତଃ କଚ୍ଚା ରାସ୍ତା କୁ ପକା କରିବା ଏବଂ ଦୁର୍ଗମ ଅଞ୍ଚଳକୁ ପକା ରାସ୍ତା ସଂଯୋଗ କରିବାକୁ ସୁବ୍ୟସ୍ଥା,ପାନୀୟଜଳ ଓ ବିଜୁଳି ସଂଯୋଗୀକରଣ ପ୍ରଭୁତି ଅଭିଯୋଗ ମାନ ଆସିଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରତ୍ୟେକ୍ଷରେ ଗୋଟାଏ ଅଭିଯୋଗ ର ସୁଵିଚାର କରି ଶୁଣାଣି କରିଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ୩ ଜଣ ହିତାଧିକାରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ରାଉରକେଲା ପୋଲିସ ଅଧିକ୍ଷକ ନୀତିଶ ୱାଧୱାଣୀ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ କୁମାର ସାହୁ,ବଣାଇ ଉପ-ଜିଲ୍ଲାପାଳ ଅକ୍ଷୟ ପିଲ୍ଲେ,ଖଣ୍ଡିୟ ବନାଧିକାରୀ ବଣାଇ ଲଳିତ କୁମାର ପାତ୍ର,ଉପଖଣ୍ଡ ପୋଲିସ ଅଧିକାରୀ ରାମଚନ୍ଦ୍ର ବିଶ୍ଵାଳ,ବିଡିଓ ଅନୁରାଗ ମିଶ୍ର,ତହସିଲଦାର ବବୁଲୁ ପିରେଇ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.