ଜିଅନ୍ତା ଜଳିଗଲେ ଦମ୍ପତି; ଅଳ୍ପକେ ବର୍ତ୍ତିଲା ୯ ମାସର ଶିଶୁ ପୁତ୍ର

youtube

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଥାନା ତୁକଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ୯ ମାସର ଶିଶୁ ପୁତ୍ରଟି ଅଳ୍ପକେ ବର୍ତ୍ତି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବାପା ମାଆ ଦୁହେଁ ଶିଶୁଟିକୁ ଖେଳାଉଥିବାବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ପରେ ସ୍ଥାନୀୟ ଲୋକେ  ଏହାଦେଖି ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିଲେ। କିନ୍ତୁ ବାପା , ମାଆ ଦୁହେଁ ଘରୁ ବାହାରି ପାରିନଥିଲେ। ନିଆଁ ଲାଗି ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବାବେଳେ ଦମ୍ପତିଙ୍କ ର ମଧ୍ୟ ମୃତ୍ୟୁ ଘଟିଛି। ମୃତକ ରାଗେଶ ପଟେଲ ଏବଂ ତାଙ୍କ ପତ୍ନୀ ରୀମା ପଟେଲ ବୋଲି ଜଣାପଡିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.