
ପୋଲସରା : ବଣଭୋଜି କରିବାକୁ ଯାଇ ୟୁଟ୍ୟୁବର ନିଖୋଜ । ସଂପୃକ୍ତ ୟୁଟ୍ୟୁବ ବ୍ଳଗର ଜଣଙ୍କ ନରେନ୍ଦ୍ର ସାହୁ । ତାଙ୍କ ଘର ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ । ଗଞ୍ଜାମ ଜିଲ୍ଲା ପାତ୍ରପୁରର ବୁରାତାଲ ପଞ୍ଚାୟତ ପର୍ଯ୍ୟଟନ ସ୍ଥଳ ମହେନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରହା ପଥର ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇ ସେ ନିଖୋଜ ଅଛନ୍ତି । ସେ ୟୁଟ୍ୟୁବ ଓ ଫେସବୁକରେ ବ୍ଳଗ କରିବା ସହିତ ବ୍ରହ୍ମପୁର ସହରରେ ଗ୍ରୋସରୀ ହୋମ୍ ଡେଲିଭେରି କମ୍ପାନୀରେ କାମ କରୁଥିଲେ ।
ଗତ ରବିବାର ଦିନ ସେ ଓ ଜକର ଗାଁର ତାଙ୍କ ସାଙ୍ଗ “ଗଞ୍ଜାମ ଟୋକା” ଫେସବୁକ ବ୍ଳଗର ଶଙ୍କର୍ଷଣ ନାହାକଙ୍କ ସହିତ ଅନ୍ୟ ଦୁଇ ଜଣ ଯୁବକ ମିଶି ବାରହା ପଥରକୁ ଭୋଜି କରିବାକୁ ଯାଇଥିଲେ । ସନ୍ଧ୍ୟା ସମୟରେ ଟେଣ୍ଟ ବାନ୍ଧି ରୋଷେଇ ସରିବା ପରେ ନରେନ୍ଦ୍ର ଶୌଚ ପାଇଁ ଯାଇ ଦୀର୍ଘ ସମୟ ଧରି ଫେରି ନଥିଲେ। ଏହାପରେ ଅନ୍ୟ ସାଙ୍ଗ ମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା । ଜରଡା ଥାନା ପୋଲିସ ଓ ପାତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିପାରି ନାହିଁ ।