
ଭାରତ ଦ୍ବାରା ରୁଷୀୟ ତୈଳ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବାରା ଲଗାଯାଇଥିବା ଅତିରିକ୍ତ ୨୫% ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହେଉଛି । ଭାରତ ଏବେ ସର୍ବାଧିକ ଆମେରିକା ଶୁଳ୍କ ବହନ କରୁଥିବା ଦୋ ତାଲିକା ବ୍ରାଜିଲ ସହିତ ସାମିଲ ହେବ । ଯାହାର ଶୁଳ୍କ ମଧ୍ୟ ୫୦% । ଦୁଇଟି ପର୍ଯ୍ୟାୟରେ ଶୁଳ୍କ ଲାଗୁ କରାଯାଇଛି । ଯାହା ଆମେରିକା ଶୁଳ୍କ ଭାରତର ପ୍ରାୟ ଦୁଇ-ତୃତୀୟାଂଶ ସାମଗ୍ରୀ ବାଣିଜ୍ୟକୁ କଭର କରେ । ଯାହା ଏହାର ବଡ଼ ରପ୍ତାନୀ । ଯେଉଁଥିରେ ୧୨ଟି କ୍ଷେତ୍ରରେ ବଡ଼ ପ୍ରଭାବ ପକାଇପାରେ । କ୍ରିସିଲ ରେଟିଂସ ମଧ୍ୟ ଏ ସମ୍ପର୍କରେ ଏକ ବଡ଼ ଚେତାବନୀ ଦେଇଛି ।
ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଆମଦାନୀ ଉପରେ ଲଗାଯାଇଥିବା ୫୦% ଉଚ୍ଚ ଶୁଳ୍କ ୪୮ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଭାରତୀୟ ରପ୍ତାନିକୁ ବିପଦରେ ପକାଇଛି । କାହିଁକିନା ଆମେରିକା ଭାରତୀୟ ସାମଗ୍ରୀର ସବୁଠାରୁ ବଡ଼ ବଜାର । ଜୁଲାଇରେ ୨୫% ଶୁଳ୍କ ଘୋଷଣା କରାଯାଇଥିଲା । କିନ୍ତୁ ଅଗଷ୍ଟ ମାସରେ ଟ୍ରମ୍ପଙ୍କ ଦ୍ବାରା ଅତିରିକ୍ତ ୨୫% ଘୋଷଣା କରାଯାଇଥିଲା । କିନ୍ତୁ କିଛି କ୍ଷେତ୍ର ବର୍ତ୍ତମାନ ଟ୍ରମ୍ପଙ୍କ ଶୁଳ୍କରୁ ମୁକ୍ତ ହୋଇଛି । ସେମାନଙ୍କ ମଧ୍ୟରେ ଔଷଧ, ଇଲେକ୍ଟ୍ରୋନିକ୍ସ ଏବଂ ପେଟ୍ରୋଲିୟମ ଉତ୍ପାଦ, ଯାହା ଭାରତର ଆମେରିକାକୁ ମୋଟ ରପ୍ତାନିର ୩୦% । ଯେଉଁଥିରେ ଏବେ ବି ଶୁଳ୍କ ମୁକ୍ତ ଅଛି । ଭାରତର ଅଧିକାଂଶ ରପ୍ତାନି ଏବେ ୫୦% ଶୁଳ୍କ ଲାଗୁ ହେବ । ଯାହା ଆମେରିକା ବଜାରରେ ରପ୍ତାନିକାରୀଙ୍କ ପାଇଁ ଚ୍ୟାଲେଞ୍ଜକୁ ଯଥେଷ୍ଟ ବୃଦ୍ଧି କରିବ ।
ଏଥି ସହିତ ଟ୍ରମ୍ପ ଟାରିଫର ପ୍ରଭାବ ଭାରତର ତିରୁପୁର, ନୋଏଡା, ସୁରଟ, ବିଶାଖାପାଟଣା ଏବଂ ଯୋଧପୁର ଭଳି ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ପୂର୍ବରୁ ଅନୁଭୂତ ହେଉଛି । ଯାହା ଯୋଗୁଁ ଉତ୍ପାଦନରେ ପ୍ରଭାବିତ ହୋଇଛି । କ୍ରିସିଲ ରେଟିଂସ୍ ଚେତାବନୀ ଦେଇଛି ଯେ, କିଛି ଜିନିଷର ରପ୍ତାନି ପରିମାଣ ୭୦% ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଯାହା ଆର୍ଥିକ ବର୍ଷରେ ଆମେରିକାକୁ ଭାରତର ରପ୍ତାନି ୪୩% ପର୍ଯ୍ୟନ୍ତ ହ୍ରାସ ପାଇପାରେ ।
ଅନ୍ୟପଟେ ଆମେରିକା ଶୁଳ୍କର ପ୍ରଭାବକୁ ହ୍ରାସ କରିବା ପାଇଁ ଭାରତ ମଧ୍ୟ ପ୍ରସ୍ତୁତ ହୋଇଛି । ଭାରତ ସରକାର ୨୫,୦୦୦ କୋଟି ଟଙ୍କାର ରପ୍ତାନି ପ୍ରୋତ୍ସାହନ ମିଶନ ଉପରେ କାମ କରୁଛି ଯାହା ଏକ ରିପୋର୍ଟରୁ ସୂଚନା ମିଳିଛି । କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଆମେରିକାର ଶୁଳ୍କ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ମନା କରିଦେଇଛନ୍ତି । ଏହା ଛଡ଼ା ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତ ରପ୍ତାନିକାରୀ ଏବଂ ଚାକିରି ସୁରକ୍ଷା ପାଇଁ ସମସ୍ତ ଉପାୟ ବ୍ୟବହାର କରିବ । ଏହାରି ମଧ୍ୟରେ ଭାରତ ଆମେରିକା ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ୟୁରୋପୀୟ ସଂଘ, ବ୍ରିଟେନ ଏବଂ ଅନ୍ୟାନ୍ୟ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA)କୁ ତ୍ୱରାନ୍ୱିତ କରୁଛି ।