ଗୁଜରାଟ ପୋଲିସ ର ମୋଷ୍ଟ ୱାଣ୍ଟେଡ ଦାୟିତ୍ୱ ରେ ଥିବା କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷ…!

ପୋଲିସ ପଞ୍ଝାରେ ପଡିବା ପୂର୍ବରୁ ଫେରାର…

youtube

ହତ୍ୟା ଉଦ୍ୟମ ଘଟଣା ରେ ସମ୍ପୃକ୍ତି ଥିବା ଅଭିଯୋଗ….!

କାହା ଚାତ୍ରଛାୟା ତଳେ ଆତ୍ମଗୋପନ…??


ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଅପରାଧତତ୍ତ୍ୱ ମାନେ କଳା ଟଙ୍କା ଅର୍ଜନ କରି ରାଜନୈତିକ ଦଳରେ ସାମିଲ ହୋଇ ଅଧକ୍ଷ ପଦବୀ ହାତେଇ ଥିବାର ନଜିର ରହିଛି। ସେମିତି ଏକ ସଙ୍ଗିନୀ ଘଟଣା କବିସୂର୍ଯ୍ୟନଗର ବ୍ଲକର ଅଧକ୍ଷ ଭାବେ ଦାୟିତ୍ୱ ରେ ରହିଥିବା ବୀରେନ୍ଦ୍ର ଖଟେଇଙ୍କ ନାଁ ରେ ଆସିଛି। ସୁରତ ର ଏକ କପଡ଼ା ବ୍ୟବସାୟୀ ଉଗ୍ର ପ୍ରସାଦ ସାହୁଙ୍କୁ ଚଳିତ ମାସ ଅଗଷ୍ଟ ୧୩ ରେ ଗୁଳି ମାରି ହତ୍ୟା ଉଦ୍ୟମ କରାଯାଇ ଥିଲା। ଏହି ହତ୍ୟା ଉଦ୍ୟମ ପଛରେ ରାଜନୈତିକ ଶତ୍ରୁତା ଥିବା ନେଇ ପୋଲିସ ତଦନ୍ତ ବେଳେ ଜାଣିବା ପରେ ଖୋଳତାଡ଼ ଆରମ୍ଭ କରିଥିଲେ। ଏହି ଘଟଣାରେ ଦୁଇ ଜଣଙ୍କୁ ସୁରତ ପୋଲିସ ଗିରଫ କରିବା ପରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା କବିସୂର୍ଯ୍ୟନଗର ବ୍ଲକର ଅଧକ୍ଷ ଦାୟିତ୍ୱ ରେ ଥିବା ବୀରେନ୍ଦ୍ର ଖଟେଇ ଫେରାର ଥିବା ଏବେ ଚର୍ଚ୍ଚା ହେଉଛି। ନିସର୍ତ୍ତ ରେ ଗତ ୨୨ ତାରିଖ ଦିନ କବିସୂର୍ଯ୍ୟନଗର ର ନେତା ଫେରାର ବୋଲି ଖବର ପ୍ରକାଶ ପାଇଥିଲା। ଏହି ଗୁଳି କାଣ୍ଡର ବ୍ଲୁ ପ୍ରିଣ୍ଟ ନାଚୁଣୀ ବାଡ଼ି ଗାଁ ରେ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି।ଗୁଜରାଟ ପୋଲିସ ମୋଷ୍ଟ ୱାଣ୍ଟେଡ ଫେରାର ଥିବା ବୀରେନ୍ଦ୍ର ଏବେ କେଉଁଠି ଆଶ୍ରୟ ନେଇଛନ୍ତି। କାହା ଚାତ୍ରଛାୟା ତଳେ ରହି କରିଛି ଆତ୍ମ ଗୋପନ ବୋଲି ଏବେ ଅନେକ ଖଟିରେ ଚର୍ଚ୍ଚା l ପୋଲିସ ପଞ୍ଝାରେ ପଡି଼ବକି ନାହିଁ ଏବେ ସମସ୍ତଙ୍କ ନଜର ରହିଛି l କାରଣ ଆସିକା ଅଞ୍ଚଳ ର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଆଶ୍ରିବାଦ ରହିଛି ବୋଲି ଏବେ ସାଧାରଣ ରେ ଚର୍ଚ୍ଚା l

Leave A Reply

Your email address will not be published.