ଆସିକା ପୋଲିସ ଧରିଥିବା ବିଦେଶୀ ମଦ ଘଟଣା :କାହା ସ୍ୱାର୍ଥ ପାଇଁ ରେକର୍ଡ ରେ ଧଳାଶିରା ଲଗାଇ ତାରିଖ ଲୁଚା ଯାଉଛି..!

youtube

ଅବକାରୀ ବିଭାଗ ରେକର୍ଡ ଓ ଷ୍ଟକ ଯାଞ୍ଜ କରିବାରେ ବିଳମ୍ବ କାହିଁକି…?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ଚୋରା ବିଦେଶୀ ମଦ ଖୁଲାମ ଖୁଲା ଚାଲାଣ ହେଉଛି। ତାହାର ନଗ୍ନ ନମୁନା ଗତ ୧୪ ତାରିଖ ରେ କୋଟିନଡ଼ା ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ ମିନିଟ୍ରକକୁ ଧରି ଯାଞ୍ଜ ବେଳେ ବିଭିନ୍ନ କିସମର ୫୧୫ ଲିଟର ବିଦେଶୀ ମଦ ସହ ଗାଡ଼ିର ଚାଳକ କୁ ଅଟକ ରଖିଥିଲେ। ଜବତ ବିଦେଶୀ ମଦ ସମ୍ପର୍କରେ ଅବକାରୀ ବିଭାଗକୁ ପୋଲିସ ଚିଠି ଲେଖିଥିଲେ। ପୋଲିସ ଉକ୍ତ ମଦକୁ ଜବତ କରିବା ପରେ ଉକ୍ତ ମଦର ରେକର୍ଡ ଓ ଷ୍ଟକ ଯାଞ୍ଜ କରିବାକୁ ଅବକାରୀ ବିଭାଗ ବିଳମ୍ବରେ ଆସିବା ଓ ଷ୍ଟକ ଯାଞ୍ଜ ବେଳେ କୁଆଡ଼େ ଧଳା ଶିରା ଲଗାଇ ତାରିଖ ବଦଳା ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।କାହା ସ୍ୱାର୍ଥ ପାଇଁ ଅବକାରୀ ବିଭାଗ ଏଭଳି କାର୍ଯ୍ୟ କରୁଥିବା ଆଲୋଚନା ହେଉଛି। ଏହି ବିଦେଶୀ ମଦ ଜବତ ପରେ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଚିକିଟି ମଦ ମୃତ୍ୟୁ ପରେବି ଚେତୁନାହିଁ ଅବକାରୀ ବିଭାଗ। ଆସିକା ଅଞ୍ଚଳ ରେ ଅଧିକାଂଶ କରି ଅବକାରୀ ବିଭାଗ ର କାମ ପୋଲିସ କରୁଛି। ଆସିକା ଅଞ୍ଚଳକୁ ଏତେ ପରିମାଣର ବିଦେଶୀ ମଦ ଆସିବା ଅବକାରୀ ବିଭାଗ ଅବଗତ ନଥିବା ନେଇ ସାଧାରଣ ରେ ଅବକାରୀ ବିଭାଗ ର କାର୍ଯ୍ୟ ଶୈଳୀ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ଆଗକୁ ପାର୍ବଣ ଋତୁ ରହିବା ଯୋଗୁଁ ଏବେଠାରୁ ମଦ ମାଫିଆ ମାନେ ଚୋରା ମଦ ଆଣି ନିଜ ନିଜର ଗୁପ୍ତ ଗୋଦାମ ରେ ଗଚ୍ଛିତ ରଖୁଥିବାର ଏହି ଜବତ ମଦ ପରେ ଖୁଲାସା ହୋଇଛି।ଏହି ଜବତ ମଦର ରେକର୍ଡ ଯାଞ୍ଜ ଷ୍ଟକ ଯାଞ୍ଜ ପାଇଁ ଧଳାଶିରା ର କମାଲ କଣ ହେଉଛି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.