ଆଜି ଓ ଆସନ୍ତାକାଲି ଭୀଷଣ ବର୍ଷା, ୪୮ ଘଣ୍ଟା ଭିତରେ ଅଧିକ ହେବ ଶକ୍ତିଶାଳୀ ହେବ ଲଘୁଚାପ

youtube

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେଲା ।  ଏହା ଉତ୍ତର ଦିଗରେ ଗତି କରି ଆଗାମୀ ୪୮ ଘଣ୍ଟା ଭିତରେ ଅଧିକ ଶକ୍ତିଶାଳୀ ହେବ ।  ଏହା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଭୀଷଣ ବର୍ଷା ବପନ ଆଣିପାରେ ।

IMDର ପୂର୍ବାନୁମାନ, ଓଡ଼ିଶା ଉପକୂଳରେ ଆଜି ଓ ଆସନ୍ତାକାଲି ଭୀଷଣରୁ ଅତି ଭଷଣ ବର୍ଷା ହେବ ।  ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ।  କିଛି ସ୍ଥାନରେ ୨୦ ସେ.ମି.ରୁ ଅଧିକ ବର୍ଷା ହୋଇପାରେ।  ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ।  ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ବର୍ଷା।  କାଲି ସକାଳ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ।  କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି।  ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଆଶଙ୍କା ରହିଛି ।

Leave A Reply

Your email address will not be published.