ଛତିଶଗଡ଼ରେ ଲଗାଣ ବର୍ଷା, କୋଇଗୁରୁ ପୋଲ ଉପରେ ପାଣି

add-all

ମାଲକାନଗିରି: ଛତିଶଗଡ଼ରେ ଲଗାଣ ବର୍ଷା ଜାରି ରହିଥିବା ହେତୁ ମାଲକାନଗିରି ପ୍ରଭାବିତ ହୋଇଛି। ସାବେରୀ ଓ ସିଲେରୁ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ମୋଟୁ ସୀମାବର୍ତ୍ତୀ କୋଇଗୁରୁ ପୋଲ ଉପରେ ପାଣି ଚାଲୁଛି। ଖାଲି ସେତିକି ନୁହେ, ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ମାଲକାନଗିରିର ମୋଟୁ ଦେଇ ଆନ୍ଧ୍ର-ତେଲେଙ୍ଗାନା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଝାପରା ଠାରେ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାର ସୂଚନା ରହିଛି। ତେଣେ ସୁକୁମା ଦେଇ ଛତିଶଗଡ଼ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ମାଲକାନଗିରିର ମୋଟୁ ଦେଇ ଆନ୍ଧ୍ର-ତେଲେଙ୍ଗାନା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଝାପରା ଠାରେ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାର ସୂଚନା ରହିଛି। ତେଣେ ସୁକୁମା ଦେଇ ଛତିଶଗଡ଼ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ad-week
Leave A Reply

Your email address will not be published.