
ନୂଆଦିଲ୍ଲୀ : ସୀମାରେ ସଜାଗ ଥିବା ଭାରତୀୟ ସେନା ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପୁଣି ଥରେ ବିଫଳ କରିଛନ୍ତି । ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରର ଗୁରେଜ୍ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ପୁଣି ଏକ ଅନୁପ୍ରବେଶ ପ୍ରୟାସ କରୁଥିବା ବେଳେ ଏହାକୁ ବିଫଳ କରିଛନ୍ତି ସୁରକ୍ଷାକର୍ମୀ । ଫଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା । ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ସୂଚନା ମୁତାବକ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ପ୍ରଥମେ ଗୁଳିଚାଳନା କରାଯାଇଥିଲା । ତା’ପରେ ସେନାର ସୈନିକମାନେ ସତର୍କ ହୋଇ ପାକିସ୍ତାନୀଙ୍କ ଅନୁପ୍ରବେଶ ପ୍ରୟାସକୁ ପଣ୍ଡ କରାଯିବା ସହ ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।