ଧସିଲା ନାଗାବଳୀ ନଦୀର ନିର୍ମାଣାଧୀନ ପଥର ପ୍ୟାକିଙ୍ଗ୍‌

add-all

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଦୁଇଟି ନଦୀ ନାଗାବଳୀ ଓ କଲ୍ୟାଣୀ ନଦୀରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପଥର ପ୍ୟାକିଂ ଧସି ଯାଇଥିବା ଦେଖିବାକୁ ମିଳିଛି। ନାଗାବଳୀ ଓ କଲ୍ୟାଣୀ ନଦୀରେ ତଟରେ ଥିବା ଗ୍ରାମଗୁଡିକର ମାଟି ଗୁଡିକ ଧସି ଗ୍ରାମ ଓ ସାହି ଗୁଡିକ ଲୀନ ହୋଇଯିବ ବୋଲି ବାରମ୍ବାର ଖବର କାଗଜରେ ଖବର ପ୍ରକାଶ ପାଇଥିଲା। ଏହାର ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପଥର ପ୍ୟାକିଂ କାର୍ଯ୍ୟ କରାଯାଇଛି। ଏହାକୁ ୪ଟି ସ୍ଥାନରେ ପଥର ପ୍ୟାକିଙ୍ଗ କାର୍ଯ୍ୟ ଠିକାଦାରମାନେ କରିଛନ୍ତି କିନ୍ତୁ ଗୋଟିଏ ସୂଚନା ଫଳକ ଲଗାଇ ୪ଟି ସ୍ଥାନର ନିମ୍ନ ମାନର ପଥର ପ୍ୟାକିଙ୍ଗ କାମ କରି ସାରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଅଞ୍ଚଳରେ ବୃହତ ବର୍ଷା ନ ହେଉଣୁ ବା ସାମାନ୍ୟ ବର୍ଷାରେ ନାଗାବଳୀରେ କରାଯାଇଥିବା ପଥର ପ୍ୟାକିଙ୍ଗ ଧସି ଯାଇଛି।
ତାହା ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏହି ଭଳି ଘଟିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଳସମ୍ପଦ ବିଭାଗର କାର୍ଯ୍ୟର ସୂଚନା ଫଳକ, କେଉଁ ପ୍ରକାରର ସାମଗ୍ରୀ ବ୍ୟବହାର କରାଯାଉଛି, କେଉଁ ଭଳି କାର୍ଯ୍ୟର ତାହାର ତଦାରଖ କରାଯାଉନି। ଏଣେ ନଦୀ ତଟବତୀ ସାହିର ସୁରକ୍ଷା କିଭଳି ହେବ ତାହା ପ୍ରଶ୍ନବାଚି ସୃଷ୍ଟି ହେଉଛି। ମାଟି ଖୋଳି ଉତ୍ତମ ମାନର ପଥର ପକାଇ ତାର ଦେବା କଥା କିନ୍ତୁ ମାତ୍ର ସେପରି ହୋଇନାହିଁ। କଲ୍ୟାଣସିଂହପୁର ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଛ ପାର୍ଶ୍ୱରେ ସଠିକ ପଥର ପ୍ୟାକିଙ୍ଗ ନ କରି ମନଇଚ୍ଛା ପଥର ଗୁଡିକ ଫିଙ୍ଗି ଦେଇଛନ୍ତି। ଯାହା ଫଳରେ ଲୋକମାନେ ନଦୀକୁ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ପୁରୁଣା ବସଷ୍ଟାଣ୍ଡ ଠାରୁ କଣ୍ଡାସାହି ପର୍ଯ୍ୟନ୍ତ ନାଗାବଳୀ ନଦୀରେ ପଥର ପ୍ୟାକିଙ୍ଗ କରାଯାଇଛି। ଏହା ନିମ୍ନମାନର ହୋଇଥିବାରୁ କେତେବେଳେ ଏହି ସାହି ନଦୀ ଗର୍ଭରେ ଲୀନ ହୋଇଯିବ। ଏହାପୂର୍ବରୁ ସତର୍କତା ଅବଲମ୍ବନ କରିବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଳ ସମ୍ପଦ ବିଭାଗ ଉକ୍ତ କାର୍ଯ୍ୟ ଉପରେ ଦୃଷ୍ଟି ଦେଇ ପୁନର୍ବାର ଉକ୍ତ କାର୍ଯ୍ୟ ସଠିକ ଭାବରେ କରିବା ପାଇଁ ଦାବୀ କରିଛନ୍ତି। ସେହିପରି ବାକିଟି ବା ସାନବ୍ରାହ୍ମଣ ସାହି ପର୍ଯ୍ୟନ୍ତ କରାଯାଇଥିବା ପଥର ପ୍ୟାକିଙ୍ଗ ମଧ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.