ଟ୍ରମ୍ପଙ୍କ ଟାରିଫ୍ ମଧ୍ୟରେ ୟୁକ୍ରେନର ସଙ୍କଟମୋଚକ ସାଜିଲା ଭାରତ, ପାଲଟିଲା ସବୁଠୁ ବଡ଼ ଡିଜେଲ ଯୋଗାଣକାରୀ ଦେଶ

youtube

କିଭ୍‌ – ଭାରତ ଜୁଲାଇ ୨୦୨୫ରେ ୟୁକ୍ରେନ୍‌ର ସବୁଠୁ ବଡ଼ ଡିଜେଲ୍‌ ଯୋଗାଣକାରୀ ହୋଇଛି, ଯାହା ଦେଶର ମୋଟ ଡିଜେଲ୍‌ ଆମଦାନୀର ୧୫.୫ ପ୍ରତିଶତ ଭାଗ ପ୍ରଦାନ କରୁଛି। ଏହି ଉପଲବ୍ଧି ବିଶ୍ୱ ଶକ୍ତି ବ୍ୟାପାରରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦର୍ଶାଇ ଥାଏ, ବିଶେଷ ରୂପେ ସେହି ସମୟରେ ଯେବେ ଭାରତକୁ ରୁଷୀୟ ତୈଳ କ୍ରୟ ପାଇଁ ଆମେରିକାରୁ ୫୦ ପ୍ରତିଶତର ବଡ଼ ଟାରିଫର ସାମ୍ନା କରିବାକୁ ପଡୁଛି।
ୟୁକ୍ରେନର ତୈଳ ବଜାର ବିଶ୍ଳେଷଣ ଫର୍ମ ନାଫ୍ଟୋରିନୋକ୍‌ର ସଦ୍ୟ ତଥ୍ୟ ଅନୁସାରେ , ଜୁଲାଇରେ ଭାରତରୁ ୟୁକ୍ରେନକୁ ପ୍ରତିଦିନ ହାରାହାରି ୨,୭୦୦ ଟନ୍‌ ଡିଜେଲ୍‌ର ସପ୍ଲାଇ କରାଯାଇଛି, ଯାହା ଚଳିତ ବର୍ଷ ଭାରତର ସବୁଠୁ ଅଧିକ ମାସିକ ରପ୍ତାନୀ ସଂଖ୍ୟା ମଧ୍ୟରୁ ଗୋଟିଏ। ଏହି ସଂଖ୍ୟା ଜୁଲାଇ ୨୦୨୪ର ତୁଳନାରେ ଖୁବ୍‌ ଅଧିକ, ଯେତେବେଳେ ଭାରତରୁ ୟୁକ୍ରେନ୍‌ର ଡିଜେଲ ଆମଦାନୀରେ ଭାଗ କେବଳ ୧.୯ ପ୍ରତିଶତ ଥିଲା। ଜାନୁଆରୀରୁ ଜୁଲାଇ ୨୦୨୫ ଯାଏ, ଭାରତର ୟୁକ୍ରେନର ଡିଜେଲ ସପ୍ଲାଇରେ ଭାଗ ୧୦.୨ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଛି, ଯାହା ଗତ ବର୍ଷର ସମାନ ଅବଧିର ତୁଳନାରେ ପାଞ୍ଚ ଗୁଣା ଅଧିକ।
ଭାରତୀୟ ଡିଜେଲ ମୁଖ୍ୟ ରୂପେ ରୋମାନିଆରୁ ଡେନ୍ୟୁବ୍‌ ନଦୀର ମାଧ୍ୟମରେ ଟ୍ୟାଙ୍କର ଗୁଡ଼ିକ ଦ୍ୱାରା ଓ ତୁର୍କୀର ମାରମାରା ଏରେଗ୍ଲିସି ବନ୍ଦରରେ ଓପେଟ ଟର୍ମିନାଲ ମାଧ୍ୟମରେ ୟୁକ୍ରେନରେ ପହଞ୍ଚୁଛି। ହେଲେ ଏହି ଚ୍ୟାନେଲ୍‌ରେ ଆଂଶିକ ପ୍ରତିବନ୍ଧକର ପ୍ରଭାବ ପଡ଼ୁଛି। ଏହା ସତ୍ତ୍ୱେ , ଭାରତ ଅନ୍ୟ ୟୁରୋପୀୟ ଯୋଗାଣକାରୀଙ୍କ ଭଳି ସ୍ଲୋଭାକିଆ (୧୫%) , ଗ୍ରୀସ୍‌ ( ୧୩.୫ %) , ଓ ତୁର୍କୀ (୧୨.୪%) ଓ ଲିଥୁଆନିଆ (୧୧.୪ %)କୁ ପଛରେ ପକାଇ ଜୁଲାଇରେ ଶୀର୍ଷ ସ୍ଥାନ ହାସଲ କରିଛି।
ହେଲେ, ଭାରତର ରପ୍ତାନୀ ଭଲ୍ୟୁମ୍‌ ଏବେ ବି ଗ୍ରୀସ୍‌ ଓ ତୁର୍କୀ ଠାରୁ ପଛରେ , କିନ୍ତୁ ଆନୁପାତିକ ମାମଲାରେ ଭାରତ ସବୁ ପ୍ରତିସ୍ପଦ୍ଧା ଗୁଡ଼ିକୁ ମାତ୍‌ ଦେଇଛି। ବିଶେଷଜ୍ଞଙ୍କ ଅନୁସାରେ , ଭାରତୀୟ ଡିଜେଲର ଏକ ଭାଗ ରୁଷୀୟ ଅଶୋଧିତ ତୈଳରୁ ପରିଷ୍କୃତ ହୋଇପାରେ, ହେଲେ ଏହାର ଅଫିସିଆଲି ସ୍ପଷ୍ଟ ହୋଇ ନାହିଁ।
ଏହି ଘଟଣାକ୍ରମ ସେହି ସମୟରେ ହୋଇଛି , ଯେତେବେଳେ ଆମେରିକା ଭାରତର ରୁଷୀୟ ତୈଳ କ୍ରୟ କରିବାକୁ ନେଇ ୫୦ ପ୍ରତିଶତ ଟାରିଫ୍‌ ଲଗାଇଛି। ଆମେରିକାର ଦାବି ଯେ, ରୁଷୀୟ ତୈଳ କିଣି ଭାରତ ୟୁକ୍ରେନ ଯୁଦ୍ଧରେ ସାହାଯ୍ୟ କରୁଛି। କିନ୍ତୁ ସ୍ଥିତି ଏହା ଯେ, ନିଜେ ଭାରତ ଦ୍ୱାରା ସପ୍ଲାଇ ହେଉଥିବା ଡିଜେଲ୍‌ ୟୁକ୍ରେନର ଯୁଦ୍ଧକାଳୀନ ଅର୍ଥବ୍ୟବସ୍ଥାକୁ ସମର୍ଥନ ପ୍ରଦାନ କରୁଛି।
ଜୁଲାଇରେ ୟୁକ୍ରେନର ଡିଜେଲ ଆମଦାନୀରେ ଅନ୍ୟ ଦେଶ ଗୁଡ଼ିକର ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ଲୋଭାକିଆ ଗ୍ରୀସ୍‌ ଓ ତୁର୍କୀ ତୁଳନାରେ ଅଧିକ ମାତ୍ରାରେ ଡିଜେଲ୍‌ର ସପ୍ଲାଇ କରିଛି, ଯେବେ କି ପୋଲାଣ୍ଡ ଓ ଲିଥୁଆନିଆର ଓରଲେନ ଗ୍ରୁପ୍‌ ମିଶି ପାଖାପାଖି ୨୦ ପ୍ରତିଶତ ଆମଦାନୀରେ ସହଯୋଗ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ଏହି ଉପଲବ୍ଧି ଭାରତର ଆର୍ଥିକ ଶକ୍ତି ବୃଦ୍ଧିକୁ ମଧ୍ୟ ଦର୍ଶାଉଛି। ନିକଟରେ ଅଫିସିଆଲି ସଂଖ୍ୟା ଅନୁସାରେ , ଭାରତର ଅର୍ଥବ୍ୟବସ୍ଥା ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ତ୍ରୟମାସିକ(ଅପ୍ରେଲ-ଜୁନ)ରେ ୭.୮ ପ୍ରତିଶତର ବୃଦ୍ଧି ରେକର୍ଡ କରିଛି, ଯାହା ଗତ ବର୍ଷର ସମାନ ତ୍ରୟମାସିକରେ ୬.୫ ପ୍ରତିଶତ ଥିଲା। କୃଷି କ୍ଷେତ୍ରରେ ୩.୭ ପ୍ରତିଶତର ବୃଦ୍ଧି ହୋଇଛି, ଯାହା ଗତ ବର୍ଷର ୧.୫ ପ୍ରତିଶତ ତୁଳନାରେ ଉଲ୍ଲେଖନୀୟ ସୁଧାର ହୋଇଛି।

Leave A Reply

Your email address will not be published.