ୟୁକ୍ରେନର ପୂର୍ବତନ ବାଚସ୍ପତିଙ୍କୁ ଗୁଳିକରି ହତ୍ୟା

add-all

ନୂଆଦିଲ୍ଲୀ : ୟୁକ୍ରେନର ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଅଜ୍ଞାତ ବନ୍ଧୁକଧାରୀ ଶନିବାର ତାଙ୍କୁ ହତ୍ୟା କରିଥିବା ନେଇ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସ୍ପଷ୍ଟ କରିଛନ୍ତି। ଜେଲେନସ୍କି ଘଟଣାର କଡ଼ା ନିନ୍ଦା କରିବା ସହିତ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହା ଏକ ଭୟଙ୍କର ହତ୍ୟାକାଣ୍ଡ ବୋଲି ସେ ଦର୍ଶାଇଛନ୍ତି।

ଏଲଭିଭ ସହରରେ ପାରୁବୀଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ନେଇ ପୁଲିସ ସ୍ପଷ୍ଟ କରିଥିଲା। କିନ୍ତୁ ହତ୍ୟାର ଶିକାର ବ୍ୟକ୍ତି ପୂର୍ବତନ ବାଚସ୍ପତି ପାରୁବୀ ବୋଲି ପ୍ରାଥମିକ ଭାବେ ଜଣାପଡ଼ି ନ ଥିଲା। ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଜେଲେନସ୍କି ଏ ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ପାରୁବୀ ୨୦୧୦ରେ ୟୁକ୍ରେନର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ। ହତ୍ୟାକାରୀକୁ ଧରିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଏବଂ ତଦନ୍ତ କରାଯାଉଥିବା ଜେଲେନସ୍କି କହିଛନ୍ତି।

ad-week
Leave A Reply

Your email address will not be published.