
ଗଞ୍ଜାମ:ଭଞ୍ଜନଗର ପଥରାପଲ୍ଲୀ ଗାଁରୁ କଲରାପତରିଆ ବାଘଛାଲ ଜବତ । ବାଘ ଛାଲ କାରବାର କରୁଥିଲେ ପୋଲିସ ବାବୁ,ମାଡ଼ି ବସିଲା ଭଞ୍ଜନଗର ଉତ୍ତର ଘୁମୁସର ବନବିଭାଗ । ବାଘ ଛାଲ ସହ ୭ ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ବିଭାଗୀୟ କର୍ମଚାରୀମାନେ ଗୋଟିଏ କଲରାପତରିଆ ବାଘ ଛାଲ ,କାତି , ଭୁଜାଲି ଓ ପୂଜା ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।
ସୂଚନାଥାଉକି, ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାର ଜଣେ ଅବସରପ୍ରାପ୍ତ ପୁଲିସ ସବ୍ଇନିସପେକ୍ଟର ଅଛନ୍ତି ।
ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିବେକ ଦାସ, ରେଞ୍ଜର ପୃଥ୍ବୀରାଜ ପ୍ରଧାନ, ବନପାଳ ଅନୁପ ବିଷୋୟୀଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ ।