
ଭୁବନେଶ୍ୱର : ଶକ୍ତି ରଞ୍ଜନ ଦାଶଙ୍କ ଅନମୋଲ ମାଇନ୍ସରେ ଇଡି ରେଡ୍ । ଭୁବନେଶ୍ବରରେ ଶିମ୍ ଲା ED ପକ୍ଷରୁ ଶକ୍ତି ରଂଜନ ଦାଶ ଓ ତାଙ୍କ କମ୍ପାନୀ ଅନମୋଲ୍ ମାଇନ୍ସରେ ED ପକ୍ଷରୁ ଚଢାଉ କରାଯାଇଛି । ଅନମୋଲ୍ ମାଇନ୍ସ ଓ ଅନମୋଲ୍ ରିସୋର୍ସେସ୍ କମ୍ପାନୀରେ ରେଡ୍ ହୋଇଛି । ବ୍ୟାଙ୍କ ଜାଲିଆତି ମାମଲାରେ ସର୍ଚ୍ଚ ଅପରେସନ କରାଯାଇଛି । ସର୍ଚ୍ଚ ସମୟରେ ଜବତ ହୋଇଛି ଅଚଳ ସମ୍ପତ୍ତି ସମ୍ପର୍କିତ ବିଭିନ୍ନ ଅପରାଧମୂଳକ ରେକର୍ଡ, ୧୦ଟି ବିଳାସପୂର୍ଣ୍ଣ ଗାଡ଼ି ଏବଂ ୩ଟି ସୁପର ବାଇକ୍ ଯାହାର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ ହେବ ।
ନଗଦ ୧୩ ଲକ୍ଷ ଟଙ୍କା, ପ୍ରାୟ ୧.୧୨ କୋଟି ଟଙ୍କାର ଅଳଙ୍କାର ଜବତ କରାଯାଇଛି । ୨ଟି ଲକର ମଧ୍ୟ ଫ୍ରିଜ୍ କରାଯାଇଛି । ୮ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଇଣ୍ଡିଆନ ଟେକ୍ନୋମାକ କମ୍ପାନୀ ଲିମିଟେଡ୍ ITCOLର ୧,୩୯୬ କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି ମାମଲା ସହ ଶକ୍ତିରଂଜନ ଦାଶଙ୍କ ସମ୍ପର୍କକୁ ନେଇ ଇଡି ରେଡ୍ ହୋଇଛି । ହିମାଚଳପ୍ରଦେଶ ପୋଲିସ ଆଇଟିସିଓଏଲ ଏବଂ ଏହାର ପ୍ରମୋଟରଙ୍କ ବିରୋଧରେ FIR ଦାଖଲ କରିଥିଲା ।
ଅଭିଯୋଗ ଥିଲା ଆଇଟିସିଓଏଲର ନିର୍ଦ୍ଦେଶକ ଓ ଅଧିକାରୀମାନେ ଜାଲ ପ୍ରୋଜେକ୍ଟ ଜରିଆରେ ବ୍ୟାଙ୍କ ଋଣକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ୨୦୦୯ରୁ ୨୦୧୩ ମଧ୍ୟରେ ବ୍ୟାଙ୍କ ଅଫ ଇଣ୍ଡିଆ ଅଧୀନ ବ୍ୟାଙ୍କ କନସୋର୍ଟିୟମରୁ ଋଣ ନିଆଯାଇଥିଲା । କିନ୍ତୁ ବ୍ୟାଙ୍କ ଋଣକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଗଲା । ଏ ମାମଲାରେ ପୂର୍ବରୁ ଇଡିର ୩୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ।
ଜବତ ଟଙ୍କାରୁ ୨୮୯ କୋଟି ଟଙ୍କା ଏପ୍ରିଲ ୨୦୨୫ରେ ବ୍ୟାଙ୍କକୁ ଫେରସ୍ତ କରାଯାଇଥିଲା । ତଦନ୍ତରୁ ଜଣା ପଡିଲା ୫୯.୮୦ କୋଟି ଟଙ୍କା ଏମ୍/ସ ଅନ୍ମୋଲ ମାଇନ୍ସ ପ୍ରାଇଭେଟ ଲିମିଟେଡ୍ (AMPL) କୁ ସ୍ଥାନାନ୍ତର କରାଯାଇଥିଲା । ଶକ୍ତିରଂଜନ ଆଇଟିସିଓଏଲର ପ୍ରମୋଟର ରାକେଶ କୁମାର ଶର୍ମାଙ୍କ ବ୍ୟାଙ୍କ ଋଣ ଅର୍ଥକୁ ଲଣ୍ଡରିଂ କରିବାରେ ସହାୟତା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଇଡି ରେଡ୍ କରିଛି। ।