ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପୋଲିସକୁ ସଫଳତା; ବିପୁଳ ମାଓ ସାମଗ୍ରୀ ଜବତ

youtube

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପୋଲିସକୁ ସଫଳତା । ଗରିଆବନ୍ଧ ଜିଲ୍ଲା ମେନପୁର ଥାନା କୁଲହାଡ଼ିଘାଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ ।

ଜବତ ସାମଗ୍ରୀ ମଧ୍ୟରେ ରହିଛି ସିଲାଇ ମେସିନ, ପିଟୁ ବ୍ୟାଗ୍, ଜୋତା, ଦରି,ଔଷଧ, ତଥା ଖାଦ୍ୟ ସାମଗ୍ରୀ ଆଦି ଅତ୍ୟାବଶ୍ୟକ ସାମଗ୍ରୀ । ଏନେଇ ଏଫ ୬୫ ବାଟାଲିୟନ ସୂଚନା ଦେଇଛନ୍ତି ।

ବିଶେଷ ସୂତ୍ରରୁ ସୂଚନା ପାଇ ଛତିଶଗଡ଼ ରାଜ୍ୟ ସିଆରପିଏଫ ୬୫ ବାଟାଲିୟନ ଏରିଆ ଡୋମିନେସନ ଅପରେସନ ବେଳେ ନୂଆପଡ଼ା ଜିଲ୍ଲା ସୀମାନ୍ତ କୁଲହାଡ଼ିଘାଟ ଓ ବିନ୍ଦ୍ରାନବାଗଡ ଅଞ୍ଚଳରେ ସର୍ଚିଙ୍ଗ ଅଭିଯାନ ଆରମ୍ଭ କରିଥିଲେ । ସିଆରପିଏଫ ଯବାନମାନେ ଘଟଣା ସ୍ଥଳରେ ଜବତ ମାଓ ସାମଗ୍ରୀକୁ ପୋଡ଼ି ନଷ୍ଟ କରିଦେଇଛନ୍ତି ।

Leave A Reply

Your email address will not be published.