ସହରିଆଙ୍କ ପାଇଁ ଆସିଗଲା ‘ସହର ସାଥୀ’; ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: ସହରବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସହର ସାଥୀ’ ସୁବିଧାର ଲୋକାର୍ପଣ କରିଛନ୍ତି । ଏହା ନାଗରିକମାନଙ୍କୁ ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ବଳିଷ୍ଠ ଭୂମିକା ତୁଲାଇବ ।

‘ସହର ସାଥୀ’ ସୁବିଧାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆମେ ଏକ ନୂଆ ପଦକ୍ଷେପ ନେଉଛୁ, ୧୯୨୯ ଟୋଲ୍-ଫ୍ରି କଲ୍ ସେଣ୍ଟର “ସହର ସାଥୀ” ଆରମ୍ଭ କରୁଛୁ । ଆଜିଠାରୁ ଆପଣମାନଙ୍କୁ ଆଉ ପୌରପାଳିକା କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । କେବଳ ଏକ ଫୋନ୍ କଲେ, ଆପଣଙ୍କର ଅଭିଯୋଗ, ପ୍ରଶ୍ନ, କିମ୍ବା ପ୍ରସ୍ତାବ ସିଧାସଳଖ ସହର ସାଥୀ ପାଖରେ ପହଞ୍ଚିବ। ସହର ସାଥୀ ୨୪ ଘଣ୍ଟା ଆପଣଙ୍କ ପାଇଁ ସେବାରେ ରହିବେ। ଆମର କେବଳ ଗୋଟିଏ ଲକ୍ଷ୍ୟ ହେବା ଉଚିତ, ‘ଲୋକଙ୍କୁ ସେମାନଙ୍କ ଆକାଂକ୍ଷିତ ମୌଳିକ ସୁବିଧା ପ୍ରଦାନ କରାଇ ସେମାନଙ୍କ ଦୈନନ୍ଦିନ ଜୀବନକୁ ସ୍ବଚ୍ଛନ୍ଦ, ସାବଲିଳ ଏବଂ ସହଜ କରିବା’।

ad-week
Leave A Reply

Your email address will not be published.