ଅସହାୟ ମହିଳା ପାଇଲେ ରେଡ଼କ୍ରସ ଟଙ୍କା

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ଗଡର ଜଣେ ଅସହାୟ ଚିକିତ୍ସିତ ମହିଳା ପାଇଲେ ରେଡ଼କ୍ରସ ଟଙ୍କା । ସୂଚନା ପ୍ରକାରେ ଦୀର୍ଘ ଦିନ ହେଲା ଚିକିଟୀ ଗଡର ପ୍ରମିଳା ପାଢ଼ୀ ବୟସ ପ୍ରାୟ (୫୫) ନିଜର ଅସହାୟତା ହେତୁ ନିଜର ଗୁଜରାଣ ମେଣ୍ଟାଇବା ଅସମର୍ଥ ହୋଇ ପଡ଼ିଥିବା ବେଳେ ନିଜର ଶାରୀରିକ ଅକ୍ଷମ ହେତୁ ଦୀର୍ଘ ଦିନ ହେଲା ଦିନହୀନ ଅବସ୍ଥାରେ ରହୁଥିବା ଖବର ପ୍ରସାରଣ ପରେ ଗଞ୍ଜାମ ଜ଼ିଲ୍ଲା ପାଳ ରେଡ଼କ୍ରସ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ପ୍ରଦାନ କରିଥିଲେ l ନିର୍ଦେଶ ପାଇ ସ୍ଥାନୀୟ ତହସିଲଦାର ବିଶ୍ୱରଂଜନ କହଁର ଉକ୍ତ ମହିଳା ପ୍ରମିଳା ପାଢ଼ୀ ଙ୍କୁ ରେଡ଼କ୍ରସ ବାବଦରେ ୧୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ l ଏହି କ୍ରମରେ ଚିକିଟୀ ରାଜସ୍ୱ ନିରକ୍ଷକ ଅଧିକାରୀ ବଳରାମ ପ୍ରଧାନ ଉପସ୍ଥିତ ରହିଥିଲେ l

ad-week
Leave A Reply

Your email address will not be published.