ପୁଣି ବଢିଲା ସୁନା ଦର

youtube

ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦାମ୍‌ । ନିୟମିତ ସୁନା ଦର ବୃଦ୍ଧି ପାଉଛି । ସେପ୍ଟେମ୍ବର ୧ ଅର୍ଥାତ୍‌ ସୋମବାର ପୁଣି ସୁନା ଦର ବୃଦ୍ଧି ପାଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୫,୮୮୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧,୦୪,୯୫୦ ଟଙ୍କା ଥିଲା । ଏଥିରେ ୯୩୦ ଟଙ୍କା ବୃଦ୍ଧି ହୋଇଛି ।

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୭,୦୫୦ ଟଙ୍କା ରହିଛି । ଗତକାଲି ୯୬,୨୦୦ ଟଙ୍କା ଥିଲା । ଏଥିରେ ୮୫୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୭୯,୪୧୦ ଟଙ୍କା ରହିଛି । ଗତକାଲି ୭୮,୭୧୦ ଟଙ୍କା ଥିଲା । ଏଥିରେ ୭୦୦ ଟଙ୍କା ବୃଦ୍ଧି ହୋଇଛି ।

Leave A Reply

Your email address will not be published.