ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଅଧାବାଟରେ ଚାଲିଗଲା ମହିଳାଙ୍କ ଜୀବନ

youtube

ଜଗତସିଂହପୁର : ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ।   ଗୁରୁତର ରୋଗୀଙ୍କୁ କଟକ ନେବାବେଳେ ଅଧାବାଟରେ ଚାଲିଗଲା ମହିଳାଙ୍କ ଜୀବନ ।  ଆମ୍ବୁଲାନ୍ସ ଭଙ୍ଗାରୁଜା କଲେ ଉତ୍ୟକ୍ତ ଲୋକ। ଜଗତସିଂହପୁର ଥାନା ଅଳା ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା ନାମକ ଜଣେ ମହିଳା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଉଥିଲା ।  ତେବେ ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଲୋକମାନେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଜଗତସିଂହପୁର ଥାନାରେ ଭର୍ତ୍ତି କରିଛନ୍ତି ।  ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

Leave A Reply

Your email address will not be published.