ସରକାରୀ ଟଙ୍କା ହେରଫେର: ବନ୍ଧା ହେଲେ ଜାମଦା ତହସିଲଦାର

youtube

ଝାରସୁଗୁଡ଼ା :  ମୟୁରଭଞ୍ଜ ଜାମଦା ତହସିଲଦାର ଗିରଫ । ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪ କୋଟି ଟଙ୍କାର ସରକାରୀ ଅର୍ଥକୁ ହେରଫେର କରିଥିଲେ । ଏହି ଘଟଣାରେ ପୂର୍ବରୁ ରାଜ୍ୟ ସରକାର ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରିଛନ୍ତି ।

ସୂଚନାଯୋଗ୍ୟ, ମଧୁସ୍ମିତା ସିଂ ବେଲପାହାଡ଼ରେ କାର୍ଯ୍ୟରତ ଥିବା ବେଳେ ୪ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ହେରଫେର ନେଇ ସଙ୍ଗୀନ ଅଭିଯୋଗ ହୋଇଥିଲା । ପ୍ରଥମେ ବେଲପାହାଡ଼ ପୋଲିସ ଏକ ମାମଲା ରୁଜୁ କରି ତତ୍କାଳୀନ ଆକାଉଣ୍ଟାଣ୍ଟ ବିଭୁତି ସାହୁକୁ ଗିରଫ କରିଥିଲେ । ଏହାପରେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ଆର୍ଥିକ ଅନିୟମିତତା ଯୋଗୁଁ ଭିଜିଲାନ୍ସ କୋର୍ଟରେ ମଧୁମିତା ସିଂ ଦଣ୍ଡିତ ହେବା ପରେ ୩୦ ତାରିଖରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା । ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.