
ଭୁବନେଶ୍ୱର : ଜୀବନ ହାରିବା ରୋକିବାକୁ ସରକାରଙ୍କ ଉଦ୍ୟମ । ଜୀବନ ଜିନ୍ଦାବାଦ ନାମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗ,ମହିଳା ଓ ଶିଶୁ ବିକାଶ ବିଭାଗକୁ ସାମିଲ କରାଯିବ। ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଏହି ସଚେତନତା କାର୍ଯକ୍ରମ କରାଯିବ । ଏନେଇ ଆଜି ଲୋକସେବା ଭବନରେ ବଡ ବୈଠକ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ବୈଠକ ଆଲୋଚନା କରାଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ପ୍ରମୁଖ ଉପସ୍ଥିତ ଥିଲେ ।
ସେପ୍ଟେମ୍ବର ୧୦ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଓ ଯୁବବର୍ଗମାନେ ସାମିଲ ହେବେ। ୭୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ। ମହିଳା ଶିଶୁ ବିକାଶ ବିଭାଗ, ଗୃହ ଓ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ପକ୍ଷରୁ ଏହା ଆୟୋଜିତ ହେବ ।
ଏହି ଅବସରରେ ବାଣୀବିହାର ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି,ଏନେଇ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଣଛାତ୍ର ହୁଅନ୍ତୁ କିମ୍ବା ଶୈଖିକ ବାତାବରଣ ରଖୁ ନଥିବା ଯେ, କୌଣସି ବ୍ୟକ୍ତି ବିଶେଷ ହୁଅନ୍ତୁ ସେମାନଙ୍କ ଉପରେ ବିଧି ଅନୁସାରେ, ବିଶ୍ୱ ବିଦ୍ୟାଳୟର ନିୟମ ଅନୁସାରେ ଯାହା ଆବଶ୍ୟକ ତାହା କରାଯିବ।