ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ: ନାଟମଣ୍ଡପରେ ଧାଡି ଦର୍ଶନ ଓ ୧୪ ସବ୍‌କମିଟି ଗଠନକୁ ଅନୁମୋଦନ

youtube

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ପରିଚାଳନା କମିଟି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ନେଇ ୧୪ ସବ୍‌କମିଟି ଗଠନ ହୋଇଛି । ୧୪ ସବ୍‌କମିଟି ମଧ୍ୟରୁ ୪ଟି ଷ୍ଟାଚ୍ୟୁଟାରୀ ସବ୍‌କମିଟି । ଷ୍ଟାଚ୍ୟୁଟାରୀ ସବ୍‌କମିଟି -ଅର୍ଥ, ନୀତି, ରତ୍ନଭଣ୍ଡାର, ଅପିଲ୍‌ କମିଟି ଗଠନ କରାଯାଇଛି । ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ନେଇ ସବ୍‌କମିଟି ଗଠନ କରାଯାଇଛି ।  ଶ୍ରୀଜଗନ୍ନାଥ ତତ୍ତ୍ୱ, ଗବେଷଣା, ପ୍ରକାଶନ ଓ ପ୍ରସାର ସବ୍‌କମିଟି ଗଠନ କରାଯାଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ସବ୍‌କମିଟି ଗଠନ ହୋଇଛି । ସେବକ କଲ୍ୟାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସବ୍‌କମିଟି ଗଠନ ହୋଇଛି । ସେହିପରି ମୁଖ୍ୟପ୍ରଶାସକଙ୍କ ଅଧ୍ୟକ୍ଷତାରେ ବିଧି ସବ୍‌କମିଟି ଗଠନ କରାଯାଇଛି । ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀତି ସମନ୍ୱୟ ସବ୍‌କମିଟି ଗଠନ କରାଯାଇଛି ।

ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟିରେ ଅନୁମୋଦନ ମିଳିଛି । ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ ୯ ଜଣ ସଦସ୍ୟ ଅଛନ୍ତି, ସବୁ ଦିଗରୁ ଅନୁଧ୍ୟାନ କରିବେ । ସମ୍ପୃକ୍ତ ନିଯୋଗ ସହ ଭଲ ଭାବେ ଆଲୋଚନା କରିବେ । ଯେପରି ଭାବେ ମହାପ୍ରଭୁଙ୍କ ନୀତି ବିଳମ୍ବିତ ନ ହେବ ଗୁରୁତ୍ୱ ଦେବେ । ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନକୁ ଲାଗୁ କରାଯିବ । ଆବଶ୍ୟକତା ପଡିଲେ ଜିଲ୍ଲାପାଳଙ୍କ ନେତୃତ୍ୱାଧୀନ କମିଟି ସଂଶୋଧନ କରିବ । ଖୁବ୍‌ ଶୀଘ୍ର ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି । ନାଟମଣ୍ଡପରେ ବାତ୍ତାନୁକୁଳ କରିବା ପାଇଁ ଏଏସଆଇ ମଧ୍ୟ ଅନୁମୋଦ ଦେଇଛି ।

ସେହିପରି ଦିବ୍ୟାଙ୍ଗ ମାନଙ୍କ ପାଇଁ ଉତ୍ତରଦୁଆରରେ ରାମ୍ପ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ ହୋଇଛି । ତା ପାଇଁ ଏକ SOP କରାଯିବ । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି । ଦୀଘାରେ ଜଗନ୍ନାଥ ଧାମ୍ ଲେଖାକୁ ନେଇ ପରିଚାଳନା କମିଟି କ୍ଷୋଭ ପ୍ରକାଶ କରିଛନ୍ତି। ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଆସନ୍ତା ୬ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ଭାବେ କହିବେ ଗଜପତି ମହାରାଜା । ଜଗନ୍ନାଥ ଧାମ୍ ଶବ୍ଦର କୌଣସି ଅପବ୍ୟବହାର କରାଯାଇପାରିବ ନାହିଁ ।  ସଂସଦ ଭବନରେ ରଥଚକ ସ୍ଥାନ ପାଇଁ ପରିଚାଳନା କମିଟି ଅନୁମୋଦନ କରିଛି । ଶ୍ରୀମନ୍ଦିର ଭିତରେ ମାତୃ ସ୍ତନ୍ୟପାନ ଗୃହ କାର୍ଯ୍ୟକ୍ଷମ ଉପରେ ଆଲୋଚନା ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.