ଭାଙ୍ଗିଗଲା କେନାଲ: ଚାଷୀ ହତାଶ

add-all

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣୀପଙ୍ଗା ପଞ୍ଚାୟତ ହାତୀମୁଣ୍ଡ ଗାଁର ପାଣି ପଞ୍ଚାୟତ-୧ ନମ୍ବର ମୁଖ୍ୟ କେନାଲ ଆରଡ଼ି-୪୩୦୦ ଅଣ୍ଡର ଟନେଲରେ ଥିବା ଛାତ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ଯାଇଥିବା ହେତୁ ପାଣି ଯାଉଥିବା ମୁଖ୍ୟ କେନାଲ ଚାଷ ଜମିକୁ ଜଳ ସେଚିତ ହେଇ ପାରୁନାହିଁ। ଯାହା ଫଳରେ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ହାତୀମୁଣ୍ଡା ଏମଆଇରେ ତିନୋଟି ପାଣି ପଞ୍ଚାୟତ ରହିଥିବା ବେଳେ ୧୬ ହେକ୍ଟର ଜମି ରହିଅଛି। ଯେଉଁଟି କି କଲ୍ୟାଣସିଂହପୁର ବ୍ଲକର ଭାତ ହାଣ୍ଡି କୁହା ଯାଉଥିବା ବେଳେ ପାଣି ପଞ୍ଚାୟତ ୧ ନମ୍ବରର ଚାଷୀମାନେ ବାରମ୍ବାର ଅଭିଯୋଗ କଲା ପରେ ବିଭାଗ ପକ୍ଷରୁ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଲା ପରେ ପାଣି ପଞ୍ଚାୟତ ତରଫରୁ ଭାଙ୍ଗି ଯାଇଥିବା କେନାଲ ହିଡ଼ରେ ବାଲି ବସ୍ତା ଦେଇ ଚାଷ ଜମିକୁ ଜଳ ସଚିତ କରିବା ଦେଖିବା ମିଳିଛି। ପୂର୍ବରୁ ମୁଖ୍ୟ କେନାଲ ୧୮ ଫୁଟ ଥିବା ବେଳେ ଭାଙ୍ଗି ଯିବା ହେତୁ ବର୍ତ୍ତମାନ ୫ ଫୁଟରେ ପାଣି ଯାଉଥିବା ବେଳେ କିଛି ଜମିକୁ ଜଳ ସେଚିତ ହେଉଥିବା ବେଳେ ଆଉ କିଛି ଜମିକୁ ଜଳ ସେଚିତ ହେଇ ପାରୁ ନାହିଁ। ଯଦି ପ୍ରବଳ ବର୍ଷା ହୁଏ ହିଡ଼ରେ ଦେଇଥିବା ବାଲି ବସ୍ତା ଗୁଡିକ ସମ୍ପୂର୍ଣ୍ଣ ଧୋଇ ହୋଇଗଲେ ଚାଷ ହୋଇଥିବା ଧାନ ଜମି ଗୁଡିକ ମରୁଡି ହୋଇଯିବ ବୋଲି ପାଣି ପଞ୍ଚାୟତ ସଭାପତି କାରଗାମ ନାରସିଙ୍ଗୁଲୁ, ସମ୍ପାଦକ ରବି ନାୟର,ବସନ୍ତ କୁନାକା, କଞ୍ଜାକା ରାଇମାଣୀ, ବଗି କୁନାକା, ଚଇତି ହିକକା, ପ୍ରସ୍କା ରାମରାଓ, ପ୍ରମୁଖ ଚାଷୀମାନେ ଅଭିଯୋଗ କରିଥିବା ବେଳେ ଭାଙ୍ଗି ଯାଇଥିବା କେନାଲ ଗୁଡିକ ନୂତନ ନିର୍ମାଣ କଲେ ଚାଷୀ ଉପକୃତ ହେବେ ବୋଲି ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.