ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲିଲା, ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ସତର୍କତା

youtube

କଟକ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ, ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲାଯାଇଛି ଏବଂ ମହାନଦୀରେ ୨.୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆଶା କରାଯାଉଛି ।  ଏହା ଫଳରେ ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ନଦୀ ଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି ।  ଜନସାଧାରଣଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ନଦୀକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକେ ନଦୀ ଶଯ୍ୟାଠାରୁ ଦୂରେଇ ରହିବା ସହିତ ସମସ୍ତ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି  ।

Leave A Reply

Your email address will not be published.