ଦୁର୍ଗାପୂଜା ପାଇଁ କଟକରେ ହୋଇପାରିବ ୬ ଟି ସୁ-ଉଚ୍ଚ ତୋରଣ

youtube

କଟକ :  ଓଡିଶା ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି ।  ଏବେ କଟକରେ ଦୁର୍ଗାପୂଜା ପାଇଁ ହୋଇପାରିବ ସୁ-ଉଚ୍ଚ ତୋରଣ । ଅନୁମତି ଦେଲେ ଓଡିଶା ହାଇକୋର୍ଟ । କଟକ ସହରରେ ୬ ଟି ସୁଉଚ୍ଚ ତୋରଣକୁ ଅନୁମତି ଦେଇଛନ୍ତି ଓଡିଶା ହାଇକୋର୍ଟ ।  ଦୁଇଟି ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ ହାଇକୋର୍ଟ ।  ବାଦାମବାଡ଼ି, ଖାନନଗର, ଚାନ୍ଦିନୀଚୌକ, ମାଲଗୋଦାମ, ରାଣୀହାଟ, ଶିଖରପୁରରେ ହୋଇପାରିବ  ଏହି ସୁ-ଉଚ୍ଚ ତୋରଣ । ରାସ୍ତା ଉପରେ ତୋରଣ ନିର୍ମାଣ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ତେବେ ଅନୁମତି ନେଇ ନିର୍ମାଣ କରିହେବ ତୋରଣ ବୋଲି ପୁଣି କହିଛନ୍ତି ଓଡିଶା ହାଇକୋର୍ଟ । କଟକ ସହର ସମସ୍ୟା ଶୁଣାଣି ସମୟରେ ଏହି ଅନୁମତି ଦେଇଛନ୍ତି ହାଇକୋର୍ଟ ।

ପ୍ରକାଶ ଯେ ଦୁର୍ଗାପୂଜା ପାଇଁ କଟକ ସହର ପ୍ରସିଦ୍ଧ ଓ ସର୍ବ ପୁରାତନ । ଏଠାରେ ମା ‘ ଙ୍କ ପୂଜା ବହୁ ଆଡମ୍ବରରେ ହୋଇଥାଏ । ଏଠାକାର ସୁ ଉଚ୍ଚ ତୋରଣ ଓଡ଼ିଶା ପ୍ରସିଦ୍ଧ । ତେବେ ନିକଟରେ ଏହି ତୋରଣ ନିର୍ମାଣ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ଯାହାକୁ ନେଇ କଟକବାସୀ ଓ ପୂଜା କମିଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ଓଡିଶା ହାଇକୋର୍ଟଙ୍କ ସୁ-ଉଚ୍ଚ ତୋରଣ ନେଇ ଏହି ନିଷ୍ପତ୍ତି ପରେ ସହରବାସୀ ଓ ପୂଜା କମିଟିମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Leave A Reply

Your email address will not be published.