
ଭୁବନେଶ୍ୱର : ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ପ୍ରେସମିଟ କରିଛନ୍ତି । କହିଛନ୍ତି, କେନ୍ଦୁପତ୍ର ଉପରେ ୫ ପ୍ରତିଶତକୁ ହ୍ରାସ ହୋଇଛି । କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି । ଓଡିଶାରେ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ , କେନ୍ଦୁପତ୍ର ବିକ୍ରି ବଢିବ । କୃଷି ଉପକରଣରେ ଜିଏସଟି ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ କମାଇବ । କୋଇଲା କ୍ଷେତ୍ରରେ ଓଡିଶାକୁ ଅଧିକ ଲାଭ ମିଳିବ । ଜିଏସଟିରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ । ଜିଏସଟି ଛାଡ ଯୋଗୁଁ ଅଧିକ ଲୋକେ ସ୍ୱାସ୍ଥ୍ୟବୀମା କରିବେ । ସିମେଣ୍ଟରୁ ଜିଏସଟି ହ୍ରାସ ଏକ ମାଇଲଖୁଣ୍ଟ ସଦୃଶ । ଏହା ଦ୍ୱାରା ପ୍ରତ୍ୟେକ ଲୋକ ଅର୍ଥ ସଞ୍ଚୟ କରିପାରିବେ ।