ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ଵାମୀ

add-all

ଜନଗହଳିପୂର୍ଣ୍ଣ ବଜାର ମଝିରେ ନିଜ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ଵାମୀ। ଉତ୍ତରପ୍ରଦେଶର ଗୋରଖପୁରର ଶାହପୁର ବଜାରରେ ବୁଧବାର ରାତି ପ୍ରାୟ ୮ଟାରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ଜଣକ ହେଉଛି ବିଶ୍ଵକର୍ମା ଚୌହାନ। ସେ ନିଜ ହେଲମେଟରେ ଏକ ବନ୍ଧୁକ ଲୁଚାଇ ରଖି ବଜାରରେ ଥିବା ଏକ ଫଟୋ ଷ୍ଟୁଡିଓ ବାହାର ଅପେକ୍ଷା କରିଥିଲା। ତାଙ୍କ ସ୍ତ୍ରୀ ମମତା ଚୌହାନ ଫଟୋ ଷ୍ଟୁଡିଓକୁ ଫଟୋ ଉଠାଇବାକୁ ଯାଇଥିଲେ। ସେ ଷ୍ଟୁଡିଓରୁ ବାହାରିବା ମାତ୍ରେ ଅଭିଯୁକ୍ତ ତାଙ୍କୁ କିଛି ପଚାରିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅଭିଯୁକ୍ତ ଉତକ୍ଷିପ୍ତ ହୋଇ ହେଲମେଟରୁ ବନ୍ଧୁକ ବାହାର କରି ଅତି ନିକଟରୁ ତାଙ୍କୁ ଗୁଳି କରିଥିଲା।

ଗୁଳି କରିବା ପରେ ସ୍ତ୍ରୀ ସେହିଠାରେ ଟଳି ପଡ଼ିଥିଲେ। ଅଭିଯୁକ୍ତ ସ୍ଵାମୀ ଘଟଣା ଘଟାଇବା ପରେ ସେହିଠାରେ ପ୍ରାୟ ୨୫ ମିନିଟ ଧରି ଛିଡ଼ା ହୋଇଥିଲା ଏବଂ ବାରମ୍ବାର କହି ଚାଲିଥିଲା ଯେ, ସେ ମୋତେ ବହୁତ ହଇରାଣ କରୁଥିଲା। ସ୍ଥାନୀୟ ଲୋକେ ଗୁଳିବିଦ୍ଧ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ମହିଳାଙ୍କୁ ଡାକ୍ତର ମୃତ​‌ ଘୋଷଣା କରିଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଥିଲା। ବିଶ୍ଵକର୍ମା ୧୫ ବର୍ଷ ତଳେ ମମତା ଚୌହାନଙ୍କୁ ବିବାହ କରିଥିଲା। କିନ୍ତୁ ଗତ ଦେଢ଼ ବର୍ଷ ହେବ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ମମତା ନିଜର ୧୩ ବର୍ଷର ଝିଅକୁ ଧରି ଏକ ଭଡ଼ାଘରେ ରହୁଥିଲେ।

ad-week
Leave A Reply

Your email address will not be published.