
ନାଇଜେରିଆ: ନାଇଜେରିଆରେ ଡଙ୍ଗାବୁଡ଼ି ୬୦ ମୃତ । ନାଇଜେରିଆର ନାଇଜର ନଦୀରେ ବଡ଼ ଦୁର୍ଘଟଣା ଘଟିଛି । ଡଙ୍ଗା ବୁଡ଼ିବାରୁ ପାଖାପାଖି ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ନିଖୋଜ ଅଛନ୍ତି । ଡଙ୍ଗାରେ ୧୦୦ରୁ ଅଧିକ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିଲେ । ଘଟଣାସ୍ଥଳରେ ଜରୁରୀକାଳୀନ ବିଭାଗ ଅଧିକାରୀଙ୍କ ପକ୍ଷରୁ ଉଦ୍ଧାର କର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ୬୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା । ନଦୀରେ ଜଳସ୍ତର ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସୂଚନା । ଡଙ୍ଗାଟି ନାଇଜେରିଆ ମାଲାଲେ ଜିଲ୍ଲାର ଟୁଙ୍ଗାନ ସୁଲେରୁ ଡୁଗା ଅଭିମୁଖ ଯାତ୍ରା କରୁଥିଲା । ଡଙ୍ଗାବୁଡ଼ି ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ ।