ଗୁରୁ ଦିବସରେ ଗାନ୍ଧୀ ମାର୍ଗରେ ଗର୍ଜିଲେ, ୫ ଦଫା ଦାବି ନେଇ ଆନ୍ଦୋଳନ କଲେ ଶିକ୍ଷକ

youtube

ଭୁବନେଶ୍ବର : ରାଜଧାନୀରେ ଗୁରୁ ଦିବସରେ ଗର୍ଜିଲେ ଶିକ୍ଷକ ।  ଓଡ଼ିଶା ସ୍କୁଲ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆନ୍ଦୋଳନ ।  ଲୋୟର ପିଏମଜିରେ ହଜାର ହଜାର ଶିକ୍ଷକ ଏକାଠି ହୋଇଛନ୍ତି  ।  ୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇ ହକ୍ ମାଗୁଛନ୍ତି ଗୁରୁ ।

ସମସ୍ତ ଯୋଗ୍ୟ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ , ଅବସର ଶିକ୍ଷକଙ୍କୁ ପେନସନ୍ ପ୍ରଦାନ, ଚାକିରି ସର୍ତ୍ତାବଳୀ ସହ ବୟସ ସୀମକୁ ୬୦ ରୁ ୬୨ କୁ ବୃଦ୍ଧି ନେଇ ଦାବି ରଖିଛନ୍ତି  ।  ଦାବି ପୂରଣର ପ୍ରତିଶ୍ରୁତି ଦେଇ ସରକାର ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ଓ ଅଧ୍ୟାପକ  ।  ଏହାକୁ ନେଇ ଆଜି ଗୁରୁ ଦିବସରେ ଗୁରୁଙ୍କ ପ୍ରତି ହୋଇଥିବା ଅବହେଳାକୁ ଜଣାଇବାକୁ ରାଜଧାନୀ ରେ ହଜାର ହଜାର ଶିକ୍ଷକ ଓ ଅଧ୍ୟାପକ ଏକାଠି ହୋଇ ଆନ୍ଦୋଳନ କରିଛନ୍ତି ।

Leave A Reply

Your email address will not be published.