କୋଟପାଡ଼ ମାଟିର ଗୌରବ :ରାଜ୍ୟସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ଭାବେ ବ୍ରହ୍ମଦତ୍ତ ସମ୍ମାନିତ

youtube

କୋଟପାଡ଼ :05/09/2025, ସରକାରୀ ଉଚ୍ଚ ବିଦ୍ୟାଳୟ କୋଟପାଡ଼ର ଯୁବ ବିଜ୍ଞାନ ଶିକ୍ଷକ ବ୍ରହ୍ମଦତ୍ତ ମିଶ୍ର ଚଳିତ ବର୍ଷ ଓଡ଼ିଶା ସରକାର ତଥା ଶିକ୍ଷା ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର-(2024) ପ୍ରାପ୍ତ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସୂଚନା ଯୋଗ୍ୟ ଯେ, ସେ ଏହା ପୂର୍ବରୁ ଜିଲ୍ଲାସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ଭାବେ ୨୦୨୩ ସମ୍ମାନିତ ହୋଇ ଛନ୍ତି। ଅତି ଅଳ୍ପ ବୟସରୁ ନିଜ ଜେଜେବାପା ସ୍ବର୍ଗତ ମୂରଲୀଧର ମିଶ୍ର ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷକତା ବୃତ୍ତି ନିମନ୍ତେ ଆକର୍ଷିତ ହୋଇଥିଲେ। ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ରୂପେ ଲୋକପ୍ରିୟତା ସାଉଁଟିଛନ୍ତି।ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ଶିକ୍ଷା ପ୍ରତି ଅନୁରାଗୀ କରିବାକୁ ସେ ସର୍ବଦା ଚେଷ୍ଟାରତ ରହିଛନ୍ତି । ପାଠପଢାକୁ ଅତ୍ୟନ୍ତ ସରଳ ସାବଲୀଳ ଭାଷାରେ ତଥା ରୋଚକ ଢଙ୍ଗରେ, ଗୁଣବତ୍ତା ଶିକ୍ଷା ସହ ପଢ଼ାଇବାରେ ସିଦ୍ଧହସ୍ତ ଅଟନ୍ତି। ଅନ୍ୟ ପକ୍ଷରେ ପାଠପଢ଼ା ସହ ବିଦ୍ୟାଳୟର ଆସୋସିଏଟ ଏନ.ସି.ସି.ଅଫିସର ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି । ତାଙ୍କ ପଥପ୍ରଦର୍ଶନରେ ବିଗତ ବର୍ଷ ବିଦ୍ୟାଳୟରୁ ଜଣେ ମେଧାବୀ ଛାତ୍ର ଜାତୀୟସ୍ତର ବିଜ୍ଞାନମେଳାରେ ଭାଗ ନେଇ ପୁରସ୍କୃତ ହୋଇ ପ୍ରଶଂଶିତ ହୋଇଥିଲେ l ବିଦ୍ୟାଳୟର ସମସ୍ତ କାର୍ଯ୍ୟରେ ଅତି ଉତ୍ସୁକତାର ସହ ଭାଗ ନେବା ସଙ୍ଗେ ସଙ୍ଗେ ଛାତ୍ରମାନଙ୍କୁ ସବୁ ସମୟରେ ସମାଜ ନିମନ୍ତେ ଉପଯୋଗୀ ନାଗରିକ ହେବାକୁ ସେ ପ୍ରେରଣା ଦିଅନ୍ତି। କେବଳ ପାଠ୍ଯ ବିଷୟରେ ଅସାଧାରଣ ପାଣ୍ଡିତ୍ଯ ଓ ପ୍ରୟୋଗକୁଶଳତା ଯୋଗୁଁ ନୁହେଁ ବରଂ ଅଖଣ୍ଡ ନୀତି ଓ ଦୃଢ ଶୃଙ୍ଖଳାବାଦୀ ଗୁଣ ହେତୁ ସେ ବିଦ୍ୟାର୍ଥୀ ମାନଙ୍କର ଶ୍ରଦ୍ଧା, ସମ୍ମାନ, ଭକ୍ତିର ଭାଜନ ହୋଇପାରିଛନ୍ତି ।ରାଜ୍ୟସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ରୂପେ ପୁରସ୍କାର ନିମନ୍ତେ ଯୋଗ୍ୟ ବିବେଚିତ ହେବା ପରେ ତାଙ୍କୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନସ୍ତରରୁ ପ୍ରଶଂସାର ସୁଅ ଛୁଟିଛି।

Leave A Reply

Your email address will not be published.