ବସନ୍ତ କୁମାର ରଣା ଓ ତରୁଣ କୁମାର ଦାସ ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର।

add-all

ମାଲକାନଗିରି, ୫/୯/୨୫:ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ମାଲକାନାଗିରି ଜିଲ୍ଲା ର ବସନ୍ତ କୁମାର ରଣା, କନ୍ଦେଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କୋରାପୁଟ ଜିଲ୍ଲାରେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟ ରେ କାର୍ଯ୍ୟରତ ତରୁଣ କୁମାର ଦାସ ଙ୍କୁ ଆଜି ଜାତୀୟ ଶିକ୍ଷକ ପୁରସ୍କାର ରେ ସମ୍ମାନିତ କରା ଯାଇଛି। ବିଜ୍ଞାନ ଭବନ , ନୂଆଦିଲ୍ଲୀ ରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହ ରେ ଦେଶର ମହାମହିମ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରି ଛନ୍ତି। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୫୦ ହଜାର ଟଙ୍କା ନଗଦ ରାଶି ଓ ମାନପତ୍ର ସହିତ ସମ୍ବର୍ଦ୍ଧନା କରା ଯାଇଥିଲା। କାର୍ଯ୍ୟ କ୍ରମ ରେ ଭାରତର ମହାମହିମ ରାଷ୍ଟ୍ରପତି, ଭାରତ ର ମାନ୍ୟବର ଶିକ୍ଷାମନ୍ତ୍ରୀ , ଶିକ୍ଷା ରାଜ୍ୟ ମନ୍ତ୍ରୀ, ଭାରତ ର ଶିକ୍ଷା ସଚିବ ମଧ୍ୟ ଉପସ୍ଥିତ ଥିଲେ। ପୁରସ୍କାର ପୂର୍ବ ସନ୍ଧ୍ୟା ରେ ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ସମସ୍ତ ଶିକ୍ଷକ ମାନଙ୍କ ସହିତ ଭାବ ବିନିମୟ କରି ଶୁଭେଚ୍ଛା ଜଣାଇ ଥିଲେ। ଶିକ୍ଷା କ୍ଷେତ୍ର ରେ ବିଶେଷ ଯୋଗଦାନ ପାଇଁ ଏହି ଶିକ୍ଷକ ଦ୍ବୟଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପରେ ଶୁଭେଚ୍ଛା ର ସୁଅ ଛୁଟିଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହି ଗୌରବମୟ ମୁହୂର୍ତ୍ତ ରେ ଜିଲ୍ଲା ଓ ରାଜ୍ୟକୁ ଗୌରବାନ୍ଵିତ କରିଥିବା ଏହି ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ନୂଆଦିଲ୍ଲୀ ଠାରେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଶିକ୍ଷକଦ୍ବୟ ଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।

ad-week
Leave A Reply

Your email address will not be published.