କୋରାପୁଟରେ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଉଛି ଟିପିଏସ୍ଓଡିଏଲ୍

youtube

ନୂତନ ୩୩ କେଭି ଲାଇନ ଓ ଟ୍ରାନ୍ସଫର୍ମର ଯୋଗେ ଉତ୍ସର୍ଗୀକୃତ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା

ବ୍ରହ୍ମପୁର : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନିକଟରେ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ୍ ପାଇଁ ୫୦୦ କେଭି କ୍ଷମତା ବିଶିଷ୍ଟ ବିତରଣ ଟ୍ରାନ୍ସଫର୍ମର ସହ ସ୍ୱତନ୍ତ୍ର ୩୩ କେଭି ଲାଇନ ପ୍ରତିଷ୍ଠା ହୋଇଛି । ଏହି ଉତ୍ସର୍ଗୀକୃତ ବିଦ୍ୟୁତ ସେବା ନୂତନ ହସ୍ପିଟାଲ୍, ହଷ୍ଟେଲ ଓ ଆବାସିକ କ୍ୱାଟର୍ସ ପାଇଁ ନିର୍ଭରଯୋଗ୍ୟ ଓ ନିରବଚ୍ଛିନ୍ନ ବିଜୁଳି ସେବା ସୁନିଶ୍ଚିତ କରିବ ।

ସୁନାବେଡ଼ା ଗ୍ରୀଡ଼ ସବଷ୍ଟେସନରୁ କୋରାପୁଟ ପୁରୁଣା ପାଓ୍ୱାର ସବଷ୍ଟେସନ ପର୍ଯ୍ୟନ୍ତ ଲମ୍ୱିଥିବା ୩୩ କେଭି ଲାଇନରୁ ଏକ ନୂତନ ଲିଙ୍କ୍ ଲାଇନ ଯୋଗେ ନୂତନ ଡାକ୍ତରଖାନା କୋଠାକୁ ବିଜୁଳି ଯୋଗାଣ ହୋଇଛି । ୨୦ଟି ବିଦ୍ୟୁତ ପୋଲ୍ ଓ ୭୦୦ ସର୍କିଟ ମିଟରର ୩୩ କେଭି ଲାଇନ ଯୋଗେ ଏହି ଲିଙ୍କ୍ ଲାଇନ ଟଣାଯାଇଥିବା ବେଳେ ହସ୍ପିଟାଲ ପରିସରରେ ଏକ ୫୦୦ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଏକ ସ୍ୱତନ୍ତ୍ର ବିଦ୍ୟୁତ ଭିତ୍ତିଭୂମି ବ୍ୟବସ୍ଥା ସ୍ଥାପନ କରାଯାଇଛି । ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣର ଗୁରୁତ୍ୱକୁ ଅନୁଭବ କରି କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଏହି ନୂତନ ହସ୍ପିଟାଲରେ ସିଟି ସ୍କାନ୍, ଡାଏଲିସିସ୍ ୟୁନିଟ୍, ଅକ୍ସିଜେନ ପ୍ଲାଣ୍ଟ ଓ ଅତ୍ୟାଧୁନିକ ନିଦାନ ତଥା ଚିକିତ୍ସା ସେବା ଉପଲବ୍ଧ ରହିଛି । କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଏହା ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ହେତୁ ଏଠାକୁ କିଭଳି ନିରବଚ୍ଛିନ୍ନ ଅର୍ଥାତ୍ ୨୪ ଘଣ୍ଟିଆ ବିଜୁଳି ସେବା ମିଳିବ ସେନେଇ କମ୍ପାନୀ ସମସ୍ତ ପଦକ୍ଷେପ ନେଇଛି । ଏକ ପୃଥକ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା କରିବା ସହ ଏବି ସୁଇଚ, ଆଇସୋଲେଟର ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣର ବ୍ୟବସ୍ଥା ସୁନିଶ୍ଚିତ କରିଛି ।

୬୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିବା ବେଳେ ଏହା ଦକ୍ଷିଣ ଓଡ଼ିଶାର ହଜାର ହଜାର ଲୋକଙ୍କୁ ଗୁଣାତ୍ମକ ତଥା ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇବ । ଏହି ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ଦିଗରେ ଯେପରି ବିଜୁଳି ଯୋଗାଣଜନିତ ବାଧା ଉତ୍ପନ୍ନ ନହୁଏ ସେନେଇ କମ୍ପାନୀ ସଦା ସଚେତନ ରହିଛି ।

ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣର ଆବଶ୍ୟକତାକୁ ଅନୁଭବ କରି ନବନିର୍ମିତ ଡାକ୍ତରଖାନା ନିମନ୍ତେ ଉତ୍ସର୍ଗୀକୃତ ଓ ନିର୍ଭରଯୋଗ୍ୟ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା ହୋଇଛି । ଟିପିଏସ୍ଓଡିଏଲ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ସୁନିଶ୍ଚିତ କରି ଗର୍ବ ଅନୁଭବ କରେ । ଏହି ପଦକ୍ଷେପ ଦକ୍ଷିଣ ଓଡ଼ିଶାରେ ଭିତ୍ତିଭୂମି ସୁଦୃଢୀକରଣ ସହ ଉପଭୋକ୍ତା ସଂପ୍ରଦାୟକୁ ସେବା ଯୋଗାଇବା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି । ”

Leave A Reply

Your email address will not be published.