୧୫ ସେପ୍ଟେମ୍ବରରୁ ୟୁପିଆଇ ଦୈନିକ ନେଣଦେଣ ସୀମା ବଢିବ

add-all

ନୂଆଦିଲ୍ଲୀ : ୟୁପିଆଇ ଦୈନିକ କାରବାର ସୀମାକୁ ନେଇ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଆସନ୍ତା ୧୫ ତାରିଖରୁ ଏହି ସୀମା କେତେକ ନିର୍ଦ୍ଦିଷ୍ଟ ନେଣଦେଣ ପାଇଁ ବୃଦ୍ଧି କରାଯାଇଛି ।  

ଏବେ ୟୁପିଆଇ ମଧ୍ୟମରେ ଆପଣ ଦୈନିକ ସର୍ବାଧିକ ୧ ଲକ୍ଷ ଟଙ୍କା ପଠାଇପାରିବେ । କିନ୍ତୁ ଏବେ ୧୫ ସେପ୍ଟେମ୍ବର, ୨୦୨୫ ଠାରୁ, କିଛି ନିର୍ଦ୍ଦିଷ୍ଟ ନେଣଦେଣ ପାଇଁ ଏହି ସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। ୟୁପିଆଇ ବ୍ୟବସ୍ଥାର ପରିଚାଳନା କରୁଥିବା ଏନପିସିଆଇ ଏହି ପରିବର୍ତ୍ତନ ଘୋଷଣା କରିଛି ।  ନୂଆ ନିୟମ ଦ୍ବାରା  ଟିକସ ଦେବା, ବୀମା ପ୍ରିମିୟମ ଦେବା, ଋଣ ଇଏମଆଇ ଦେବା, ଷ୍ଟକ ବଜାରରେ ନିବେଶ କରିବା ଭଳି କାରବାର ଏବେ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ।

ଏହି ବର୍ଷ ଆୟକର ଦେବାର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୫। ଏହି କାରଣରୁ, ଏନପିସିଆଇ ଟିକସ ସମ୍ବନ୍ଧିତ ୟୁପିଆଇ କାରବାରର ସୀମା ପ୍ରତି କାରବାର ପାଇଁ ୫ ଲକ୍ଷ ଟଙ୍କା ଏବଂ ପ୍ରତି ୨୪ ଘଣ୍ଟା ପାଇଁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏହା ସେହି ଲୋକମାନଙ୍କୁ ଲାଭ ଦେବ ଯେଉଁମାନେ ୟୁପିଆଇ ମାଧ୍ୟମରେ ବଡ଼ ପରିମାଣର ଦେୟ ଦେବାକୁ ଚାହାଁନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସୀମା ଯୋଗୁଁ ଦେଇପାରୁନଥିଲେ ।

ad-week
Leave A Reply

Your email address will not be published.