ଥମିବ କି ରୁଷ- ୟୁକ୍ରେନ ଯୁଦ୍ଧ? କଥାବାର୍ତ୍ତା ଲାଗି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ମସ୍କୋ ଆସିବାକୁ ପୁଟିନଙ୍କ ନିମନ୍ତ୍ରଣ

ଥମିବ କି ରୁଷ- ୟୁକ୍ରେନ ଯୁଦ୍ଧ ? ଯୁଦ୍ଧରେ ଅନ୍ତ ଘଟାଇବାକୁ ଆଗଭର କି ପୁଟିନ ? ଶାନ୍ତି କଥାବାର୍ତ୍ତା ପାଇଁ ଜେଲେନସ୍କିଙ୍କୁ ରୁଷ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ । ରୁଷ- ୟୁକ୍ରେନ ଯୁଦ୍ଧ ସଂପର୍କରେ ସିଧାସଳଖ କଥାବାର୍ତ୍ତା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲେଡିମିର ଜେଲେନସ୍କିଙ୍କୁ ନିମନ୍ତ୍ରଣ କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।
କଥାବାର୍ତ୍ତା ପାଇଁ ମସ୍କୋକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଏହା ସହ ଜେଲେନସ୍କିଙ୍କ ସୁରକ୍ଷା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି କ୍ରେମଲିନ ବସ । ଯଦି ୟୁକ୍ରେନ ସତରେ କଥାବାର୍ତ୍ତା ପାଇଁ ଆଗ୍ରହୀ ତେବେ ଏକାଠି ବୈଠକ ପାଇଁ ଜେଲେନସ୍କି ମସ୍କୋ ଆସନ୍ତୁ ।
ତାଙ୍କ ସୁରକ୍ଷା ନେଇ ସେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଉଥିବା କହିଛନ୍ତି ପୁଟିନ । ଦ୍ବିତୀୟ ଥର ପାଇଁ ସର୍ବସାଧାରଣରେ ଜେଲେନସ୍କିଙ୍କୁ ଆଲୋଚନା ପାଇଁ ଡାକିଛନ୍ତି । ଉଚ୍ଚସ୍ତରୀୟ କଥାବାର୍ତ୍ତା ପାଇଁ ଏହା ବଡ଼ ସୁଯୋଗ ବୋଲି ସେ କହିଛନ୍ତି ।
ଏହା ସହ ୟୁରୋପୀୟ ରାଷ୍ଟ୍ରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ସାମରିକ କାର୍ଯ୍ୟକଳାପରେ ୟୁକ୍ରେନରେ ୟୁରୋପର କୌଣସି ରାଷ୍ଟ୍ର ସୈନ୍ୟ ମୁତୟନ କରେ, ତେବେ ରୁଷ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେବୁନାହିଁ ବୋଲି କହିଛନ୍ତି ପୁଟିନ । ଦୀର୍ଘ ସ୍ଥାୟୀ ଶାନ୍ତି ହାସଲର ବ୍ୟବସ୍ଥା ହେଲେ ୟୁକ୍ରେନରେ ସୈନ୍ୟ ମୁତୟନ କରିବାର ଆବଶ୍ୟକତା ନାହିଁ ବୋଲି ଦାବି କରିଛନ୍ତି ।
ଉଚ୍ଚସ୍ତରୀୟ କଥାବାର୍ତ୍ତା ପାଇଁ ଏହା ବଡ଼ ସୁଯୋଗ ବୋଲି ସେ କହିଛନ୍ତି । ଏହା ସହ ୟୁରୋପୀୟ ରାଷ୍ଟ୍ରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ସାମରିକ କାର୍ଯ୍ୟକଳାପରେ ୟୁକ୍ରେନରେ ୟୁରୋପର କୌଣସି ରାଷ୍ଟ୍ର ସୈନ୍ୟ ମୁତୟନ କରେ, ତେବେ ରୁଷ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେବୁନାହିଁ ବୋଲି କହିଛନ୍ତି ପୁଟିନ । ଦୀର୍ଘ ସ୍ଥାୟୀ ଶାନ୍ତି ହାସଲର ବ୍ୟବସ୍ଥା ହେଲେ ୟୁକ୍ରେନରେ ସୈନ୍ୟ ମୁତୟନ କରିବାର ଆବଶ୍ୟକତା ନାହିଁ ବୋଲି ଦାବି କରିଛନ୍ତି ।