

ଖଣି ମାଫିଆ ପ୍ରଶାସନ ର ଗେଲ୍ହା ପୁଅ …!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ତହସିଲ ଅଞ୍ଚଳ ରେ ଲଘୁ ଖଣିଜ ଦ୍ରବ୍ୟ ବାବୁ ମାନଙ୍କ ଆଶୀର୍ବାଦ ରେ ମାଫିଆ ମାନେ ଲୁଟ କରୁଛନ୍ତି। ମୋରମ, ପଥର କୁ ଖୁଲମ ଖୁଲା ରାଜସ୍ୱ ବିଭାଗର ବାବୁ ମାନଙ୍କ ଇସାରାରେ ଚୋରା ଚାଲାଣ ହେଉଥିବା ସବୁବେଳେ ଚର୍ଚ୍ଚା ହୋଇଆସୁଛି। ଦୀର୍ଘ ବର୍ଷ ହେଲା ଲଘୁ ଖଣିଜ ଦ୍ରବ୍ୟ ଖଣି ବିଭାଗ ହାତରେ ରହିଥିଲେବି ରାଜସ୍ୱ ଓ ପୋଲିସ ବିଭାଗ ହାତକୁ ସିଂହ ଭାଗ ଯାଉଥିବା ଚର୍ଚ୍ଚା ହେଉଛି। ମୋରମ ହେଉକି ପଥର ଚୋରାରେ ଚାଲାଣ ବେଳେ ଫାଣ୍ଡି ଠାରୁ ଥାନା ପର୍ଯ୍ୟନ୍ତ ମାଫିଆଙ୍କ ଦଲାଲ ମାନଙ୍କ ସହଯୋଗ ରେ ସବୁ ଲେଖା ଛିଡେଇ ଚାଲାଣ ହେଉଥିବା ଆଲୋଚନା ହେଉଛି।ଜିଲ୍ଲାର ମୁଖ୍ୟତଃ କନିସୀ, କୁକୁଡାଖଣ୍ଡି, ପୁରୁଷୋତ୍ତମପୁର, ଦିଗପହଣ୍ଡି, ଆସିକା ଅଞ୍ଚଳ ରେ ଲୁଟ ର ମାତ୍ର ଅଧିକ ବୋଲି ଅଭିଯୋଗ ଆସୁଛି l ଏହି ତହସିଲ ଅଞ୍ଚଳ ରେ ଛତୁ ଫୁଟିଲା ପରି ବେଆଇନ କ୍ରସର ୟୁନିଟ ଚାଲିଛି ଡିନା ମାଇଟ ଏବଂ ବିଭିନ୍ନ ବିସ୍ପୋରକ ଦ୍ଵାରା ପଥର ଫୁଟା ଯାଉଛି କିନ୍ତୁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ବଟି ଖାଇ ଚୁପ l ଜିଲ୍ଲା ରେ ଖଣି ବିଭାଗ ମନ୍ତ୍ରୀ ଦୀପ ତଳ ଅନ୍ଧାର ପରି ନ୍ୟାୟ l ରାଜସ୍ବ, ପୋଲିସ ଓ ଖଣି ବିଭାଗ କୁ ଚୋରା ଚାଲାଣ ସମ୍ପର୍କ ରେ ସୂଚନା ହେଉକି ଅଭିଯୋଗ କଲେ ବିଭିନ୍ନ ବାହାନା ବା ଆଳ ଦେଖାଇ ବାବୁ ମାନେ ଅଭିଯୋଗ କୁ ହାଲୁକା ଭାବେ ନେଉଥିବା ଦେଖିବାକୁ ମିଳୁଛି। ରାଜସ୍ୱ ହେଉକି ଖଣି ବିଭାଗ ଚଢ଼ାଉ କଲେ ପୋଲିସର ଭୂମିକା ଅଧିକ ଥାଏ। କର୍ମଚାରୀ ଅଭାବର ଆଳ ସାଙ୍ଗକୁ ବିଭିନ୍ନ ଆଇନର ଓ କ୍ଷମତାର କଥା କହି ବାବୁ ମାନେ ସହଜରେ ଖସିଯାନ୍ତି। ଆଖିକୁ ନଦେଖା ଦେଲେ ବି ଫାଣ୍ଡି, ଥାନା ଓ ରାଜସ୍ୱ ବିଭାଗର କାର୍ଯ୍ୟାଳୟ ନିକଟରେ ଟୋଲ ଗେଟ ଥିଲା ଭଳି ଚୋରା ଗାଡ଼ିରେ ଚାଲାଣ ବେଳେ ସେଠାରେ କିଛି ସମୟ ଅଟକି ଲେଖା ଛିଡିବା ପରେ ଚାଲିଯାଏ ବୋଲି ଆଲୋଚନା ହୁଏ। ଡ଼ବଲ ଇଞ୍ଜିନ ଆସିଲା ପରେ ଗଞ୍ଜାମ ଜିଲ୍ଲାରେ ଖଣିଜ ଦ୍ରବ୍ୟ ଖୁଲମ ଖୁଲା ଲୁଟ ହେଉଥିବା ଲକ୍ଷ କରାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ର ମାଫିଆ ମାନେ ଗେଲ୍ହା ପୁଅ ସାଜିଥିବା ଦେଖିବାକୁ ମିଳୁଛି l ପୋଲିସ ବିଭାଗ ବାବୁ ମାନଙ୍କ ଆଦାୟ ପ୍ରବଳ ପ୍ରତ୍ୟେକ ଥାନା ଏବଂ ଫାଣ୍ଡି ବାବୁ ମାନେ ଚୋରା ଚାଲାଣ ରେ ସାହାଯ୍ୟ କରୁଥିବା ବି ଅଭିଯୋଗ ହେଉଛି l ଅଭିଯୋଗ କଲେ ବାବୁ ମାନଙ୍କ ଗେଲ୍ହା ପୁଅ ମାନଙ୍କ ଠାରୁ ଆସୁଛି ଧମକ ତେଣୁ ଅଭିଯୋଗ ଆଣିବାକୁ ବୁଦ୍ଧିଜୀବୀ ଭୟ ବି କରୁଛନ୍ତି l ଗଞ୍ଜାମ ଜିଲ୍ଲା ଖଣିଜ ଦ୍ରବ୍ୟ ର ଗନ୍ତାଘର ସରକାର ଙ୍କ କୋଟି କୋଟି ଟଙ୍କା ର ରାଜସ୍ବ ଲୁଟ ହେଉଛି ସରକାରୀ ବାବୁ ମାନେ ଜଣେ ଜଣେ କୁବେର କହିଲେ କିଛିବି ଭୁଲ ହେବ ନାହିଁ l ସରକାର ଏଥିପ୍ରତି ଦୃଷ୍ଟି ଦେଇ ଇଡି, ସିବିଆଇ ଦ୍ଵାରା ଯାଞ୍ଚ ସହିତ ଚଢ଼ାଉ କଲେ ଅନେକ ଭଦ୍ର ମୁଖା ଖୋଲିଯିବ ଏବଂ ରାଜସ୍ବ କ୍ଷତି ରୁ ମୁକୁଳିବେ ସରକାର ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି… I