ଶେରଗଡ଼ରେ ପୁଣି ମୁଣ୍ଡ ଗଡ଼ିଲା : ଗଣେଷ ଭସାଣୀ କୁ ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ,ଜଣେ ମୃତ…

add-all

ବ୍ରହ୍ମପୁର : ଶୁକ୍ରବାର ବିଳମ୍ବିତ ରାତିରେ ଶେରଗଡ଼ ବ୍ଳକ ଗୋଠଗାଁ ରେ ଗଣେଶ ଭସାଣୀ ହୋଇଥିଲା ଏଥିରେ ଭସାଣୀ କରୁଥିବା ଦଳରେ ଗୋଠଗା ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ଓ ତାଙ୍କ ଭାଇ ବାପି ସୁଆଁସିଆ ମଧ ଥିଲେ।ପଟୁଆର କୁ ନେଇ କିଛି ବ୍ୟକ୍ତି ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ କରୁଥିବା ମଧରେ ଜଗନ୍ନାଥପୁର ଗାଁର ଚନ୍ଦନ ବିଷୋୟୀ ଓ ସାଥି ମାନେ ଥିଲେ। ଯୁକ୍ତିତର୍କ ଉଗ୍ର ହେବା ପରେ ଚନ୍ଦନ ବିଷୋୟୀ କୁ ଧାରୁଆ ଅସ୍ତ୍ର ଦ୍ବାରା ବାପି ସୁଆଁସିଆ ଓ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ହିଁ ଚନ୍ଦନ ର ମୃତ୍ୟୁ ଘଟିଥିଲା। ଶେରଗଡ ପୋଲିସ ଏସଡିପିଓ ସନ୍ତୋଷ ଜେନା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ଓ ତାଙ୍କ ଭାଇ ବାପି ସୁଆଁସିଆ ଅଟକ ରଖି ପୋଲିସ ତଦନ୍ତ କରୁଛନ୍ତି। ସୂଚନା ଥାଉକି ଦିନକୁ ଦିନ ଗଞ୍ଜାମ ଜିଲ୍ଲାର ଉଭୟ ଗଞ୍ଜାମ ପୋଲିସ ଜିଲ୍ଲା ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାର ଆଇନ ଶୃଙ୍ଖଳା ବିଗିଡି ଗଲାଣି ମୁଣ୍ଡ ପରେ ମୁଣ୍ଡ ଗଡୁଛି l ଜିଲ୍ଲା ପୋଲିସ ପ୍ରଶାସନ ଡାଳେ ଡାଳେ ଗଲେ ମାଫିଆ ଗୋଷ୍ଠୀ ପତ୍ରେ ପତ୍ରେ ଯିବା ଦେଖିବାକୁ ମିଳୁଛି l ଥାନା ବାବୁ ମାନେ ଶୀତତାପ ନିୟତ୍ରିତ କୋଠରୀ ରେ ବସି ବଟି ଆଦାୟ ରେ ବ୍ୟସ୍ତ ପେଟ୍ରୋଲିଙ୍ଗ ର ନା ଗନ୍ଧ ନାହିଁ କେବଳ ଏମ ଭି ଆଇ ଯାଞ୍ଚ ରେ ବ୍ୟସ୍ତ ବଟି ନଦେଲେ ଚାଳକ ନାମ ରେ କେସ କରି ବାହା ବାହା ନେବାରେ ବ୍ୟସ୍ତ l ତେଣୁ ଆଜି ଜିଲ୍ଲା ର ଏହି ଅବସ୍ଥା, ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.