୫୪୦୦୧ ଟଙ୍କାରେ ନିଲାମ ହେଲା ତେଲୁଗୁ ସାହି ଗଣେଶ ପୂଜା ଭୋଗ ଲଡୁ…

add-all

ମାଲକାନଗିରି,୫।୯ ମାଲକାନଗିରି ଜିଲ୍ଲା ସଦରରେ ଥିବା ତେଲୁଗୁ ସାହିରେ ସ୍ଥାନୀୟ ୟୁଥ କ୍ଲବ୍ ତରଫରୁ ଗଣେଶ ପୂଜା ବେସ ଧୁମ୍ ଧାମ୍ ରେ ପାଲନ ହେବା ପରେ ଆଜି ଭଷାଣିରେ ବିଶେଷ ଆକର୍ଷଣ ଥିଲା ଶ୍ରୀ ଗଣେଷଙ୍କ ନିକଟରେ ଭୋଗ ଲାଗିଥିବା ୧୧କିଲୋଗ୍ରାମର ଲଡ଼ୁ। ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଲଡ଼ୁର ନିଲାମ କରାଯାଇଥିଲା। ନିଲାମ ପ୍ରକ୍ରିୟାରେ ପ୍ରାୟ ୨୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରିଥିବା ବେଳେ ୫୦୦୧ ଟଙ୍କାରୁ ଆରମ୍ଭ ହୋଇଥିଲା। ସର୍ବ ଶେଷରେ ବିଶାଲ ମାଲାକାର୍ ନାମକ ଯୁବକ ଏହି ଲଡୁକୁ ୫୪୦୦୧ଟଙ୍କାରେ କ୍ରୟ କରିଥିଲେ। କମିଟି ସଦଶ୍ୟ ମାନେ ବିଶାଲ ମାଲାକାରଙ୍କୁ ସର୍ବ ସମ୍ମୁଖରେ ସମ୍ମାନିତ କରି ଲଡ଼ୁ ପ୍ରଦାନ କରିଥିଲେ ଏବଂ ଶ୍ରୀ ବିଶାଳଙ୍କୁ ଲଡ଼ୁ ସହ ଶୋଭାଯାତ୍ରା କରି ନଗର ଭ୍ରମଣ କରିଥିଲେ।

ad-week
Leave A Reply

Your email address will not be published.