ଗ୍ୟାସ ସିଲିଣ୍ଡର ଫାଟି ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ପରିବାର…

add-all


ଚିକିଟୀ :ଏହି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ପେଣ୍ଠ ଶାନ୍ତି ନଗର ସାହି ନରି ସାହୁଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟି ଲାଗିଲା ନିଆଁ। ସୂଚନା ପ୍ରକାରେ ଆଜି ସନ୍ଧ୍ୟାରେ ଚିକିଟୀ ପେଣ୍ଠ ଶାନ୍ତି ନଗର ସାହିର ନରି ସାହୁ ଙ୍କ ଘରେ ରୋଷେଇ ସମୟରେ ଗ୍ୟାସ ସରିଯିବା ଫଳରେ ନୂଆ ଗ୍ୟାସ ସିଲିଣ୍ଡର ଟିକୁ ନରି ଙ୍କ ସାନ ଭାଇ ରବିନ୍ଦ୍ର ସାହୁ ଲଗାଇ ଚେକ୍ କରିବା ସମୟରେ କୌଣସି କାରଣ ବଶତଃ ହଟାତ୍ ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ରବି ସାହୁ ଘରର ସମସ୍ତ ସଦସ୍ୟଙ୍କୁ ଘରୁ ବାହାର କରିଥିଲେ। ସଙ୍ଗେ ସଙ୍ଗେ ଖବର ପାଇ ଘଟଣା ସ୍ଥଳରେ ଚିକିଟୀ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଏହି ଘଟଣା ରେ ଘରର ସମସ୍ତ ବିଦ୍ୟୁତ ଉପକରଣ ସହ ରୋଷେଇ ସରଞ୍ଜାମ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।

ad-week
Leave A Reply

Your email address will not be published.