ପିଷ୍ଟା ସଂଗଠନ ପକ୍ଷରୁ ଗୁରୁଦିବସ ପାଳିତ…

add-all

କୋଟପାଡ଼:05/09/2025 – କୋଟପାଡ଼ ବ୍ଳକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା) ପକ୍ଷରୁ ଗୁରୁଦିବସ କୋଟପାଡ଼ ସ୍ଥିତ ପିଷ୍ଟା କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।ଏହି ଅବସରରେ ସଂଘ ସଭାପତି ସନ୍ତୋଷ କୁମାର ଦୁର୍ବେ ସଭାପତିତ୍ବ କରିଥିଲାବେଳେ ସଂଘର କର୍ମକର୍ତ୍ତାମାନେ ଦେଶର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରକୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନଚରିତକୁ ସ୍ମରଣ କରାଯିବା ସହ ସମାଜ ଗଠନରେ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ସୁକାନ୍ତ ମାତ୍ରା, ଡମ୍ବରୁଧର ପୂଜାରୀ, ଗୋପାଳ ସମରଥ, ଲକ୍ଷ୍ମୀନାରାୟଣ ମାଝୀ, ବନମାଳୀ ଚଲାଣ,ଦୈପଦୀ ସେଠୀ ପ୍ରମୁଖ ସହଯୋଗ କରିଥିବାବେଳେ ବହୁ ସଂଖ୍ୟକ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଶେଷରେ ଭାଗିରଥି ଭତ୍ରାଙ୍କ ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ କରାଯାଇଥିଲା l

ad-week
Leave A Reply

Your email address will not be published.