
ପୁରୀ : ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ସାମ୍ବାଦିକ ସମ୍ମିଳନୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଇସ୍କନ୍ ସଂସ୍ଥା ଦ୍ଵାରା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅଦିନିଆ ପର୍ବ ପର୍ବାଣୀ ପାଳନ ବିରୋଧରେ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ବାରମ୍ବାର ଏହିଭଳି ଭାବେ ଇସ୍କନ ପକ୍ଷରୁ ଜଗନ୍ନାଥଙ୍କ ନୀତି କ୍ରାନ୍ତି ଭୁଲ ଭାବେ ପ୍ରଦର୍ଶନ ହେଉଛି । ପୂର୍ବରୁ ଏହାକୁ ନେଇ ବାରମ୍ବାର ଗଜପତି ମହାରାଜା ବିରୋଧ ପ୍ରକାଶ ମଧ୍ୟ କରିଛନ୍ତି । ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଏହାକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ବିଦ୍ଵାନ୍ ମାନଂକ ଦ୍ଵାରା ପ୍ରସ୍ତୁତ ପୁରାଣ ତଥା ଶାସ୍ତ୍ରଗତ ସନ୍ଦର୍ଭ ପ୍ରକାଶ କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି ।