ମହାନଦୀ ଜଳ ବିବାଦ: ଅକ୍ଟୋବର ୧୧ ସୁଦ୍ଧା ବୁଝାମଣା କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

add-all

ଭୁବନେଶ୍ବର: ବହୁଚର୍ଚ୍ଚିତ ମହାନଦୀ ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି। ଏନେଇ ଓଡ଼ିଶା ପାଇଁ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପରେ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। 

ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଚାଲିଛି। ଆସନ୍ତା ଅକ୍ଟୋବର ୧୧ ସୁଦ୍ଧା ବୁଝାମଣାର ଅଗ୍ରଗତି ଜଣାଇବାକୁ ଟ୍ରିବ୍ୟୁନାଲ୍‌ କହିଛନ୍ତି। କାଲି ଉଭୟ ଓଡ଼ିଶା ଓ ଛତିଶଗଡ଼ର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। 

କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ଆଲୋଚନା ଜାରି ରହିଛି। ବିଗତ ୭ ବର୍ଷରେ ପୂର୍ବ ସରକାର ସମାଧାନ ନେଇ କିଛି କରି ନଥିଲେ। ରାଜ୍ୟରେ ସରକାର ବଦଳିବା ପରେ ଆପୋସ ବୁଝାମଣା ପାଇଁ ଉଦ୍ୟମ ଜାରି ରହିଛି। କୌଣସି ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲ୍‌ରେ ହୋଇ ନାହିଁ। ଯଦି ବିବାଦ ସମାଧାନ ନହୁଏ ପ୍ରକଳ୍ପ ପାଇଁ ସିଡବ୍ଲ୍ୟୁସିଙ୍କ ସ୍ବୀକୃତି ମିଳିବ ନାହିଁ। 

ad-week
Leave A Reply

Your email address will not be published.