ଗୁଜୁରାଟରେ ଅଘଟଣ, ରୋପୱେ ଭାଙ୍ଗିବାରୁ ୬ଜଣଙ୍କ ଜୀବନ ଗଲା

youtube

ଗୁଜୁରାଟ : ପଞ୍ଚମହଲ ଜିଲ୍ଲାର ପାବାଗଡରେ ଥିବା ମହାକାଳୀ ମନ୍ଦିରରେ ଘଟିଛି ଅଘଟଣ । ଶକ୍ତିପୀଠରେ ମାଲବାହୀ ରୋପୱେ ଭାଙ୍ଗିଯିବାରୁ ଶନିବାର ୬ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ରୋପୱେ  ତାର ଛିଣ୍ଡିଯିବାରୁ ଟ୍ରଲିଟି ଉଚ୍ଚତାରୁ ତଳେ ପଡ଼ିଯାଇଥିଲା । ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ରିପୋର୍ଟ ରହିଛି । ମୃତକଙ୍କ ମଧ୍ୟରେ ୨ ଜଣ ଲିଫ୍ଟ ଅପରେଟର, ୨ ଜଣ ଶ୍ରମିକ ଏବଂ ଅନ୍ୟ ଦୁଇଜଣ ଅଛନ୍ତି । ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି । ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.