ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ଅଧାରୁ କୋଚି ଫେରିଲା ଆବୁଧାବି ଯାଉଥିବା ବିମାନ

youtube

କୋଚି : କେରଳର କୋଚି ବିମାନବନ୍ଦରୁ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରୁ ଫେରିଆସିଛି । ବିମାନଟି କୋଚିରୁ ଆବୁଧାବିକୁ ଯାଉଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ତ୍ରୁଟି ଦେଖାଦେବାରୁ ବିମାନକୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ।

ଖବର ମୁତାବକ, ଇଣ୍ଡିଗୋ ବିମାନ 6E-୧୪୦୩ ଶୁକବ୍ରାର ରାତି ୧୧.୧୦ ମିନିଟ ସମୟରେ କୋଚିରୁ ଉଡ଼ାଣ ଭରିଥିଲା । ପ୍ରାୟ ୨ ଘଣ୍ଟା ଉଡ଼ାଣ ଭରିବା ପରେ ୧.୪୪ ମିନିଟର ବିମାନରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଜଣାପଡିଥିଲା । ଏହା ଜଣାପଡିବା ପରେ ବିମାନକୁ କୋଚି ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ବିମାନରେ ୧୮୦ ଜଣ ଯାତ୍ରୀ ସହିତ କ୍ରୁ ମେମ୍ବର ମଧ୍ୟ ରହିଥିଲେ । ସମସ୍ତ ଯାତ୍ରୀମାନଙ୍କୁ କୋଚି ବିମାନବନ୍ଦରରେ ଓହ୍ଲାଇ ଦିଆଯାଇ ରାତି ୩.୩୦ ମିନିଟରେ ଅନ୍ୟ ଏକ ବିମାନ ଜରିଆରେ ଆବୁଧାବିକୁ ପଠାଯାଇଥିଲା । ତେବେ ଇଣ୍ଡିଗୋ ତରଫରୁ ତତ୍କାଳ କୌଣସି ଟିପ୍ପଣୀ ଜାରି କରାଯାଇନଥିଲା ।

ସୂଚନାଯୋଗ୍ୟ, ଦୁଇଦିନ ତଳେ ଦିଲ୍ଲୀରୁ ମଧ୍ୟପ୍ରଦେଶ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନର ଇଂଜିନ ଖରାପ ହୋଇଯାଇଥିଲା । ଇଂଜିନ ଖରାପ ହେବା ଜଣାପଡିବା ପରେ ବିମାନରୁ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ।

ଇଣ୍ଡିଗୋର ନାଗପୁର-କୋଲକାତା ବିମାନ ନମ୍ବର ୬ଇ୮୧୨ ପକ୍ଷୀ ସହ ଧକ୍କା ହୋଇଥିଲା । ପକ୍ଷୀ ସହିତ ଧକ୍କା ହେବା ପରେ ବିମାନଟି ଥରିବାକୁ ଲାଗିଥିଲା । ଏହା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ଯାତ୍ରୀମାନଙ୍କୁ ଶାନ୍ତ ରହିବାକୁ ନିବେଦନ କରାଯାଇଥିଲା । ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଥିଲେ । ବିମାନଟି ଜରୁରୀ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା ।

Leave A Reply

Your email address will not be published.