ଲାଲକିଲ୍ଲା ପରିସରରୁ ସୁନା, ହୀରା ଖଚିତ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କଳସ ଚୋରି

youtube

ନୂଆଦିଲ୍ଲୀ : ଲାଲକିଲ୍ଲା ପରିସରରୁ ଏକ କୋଟି ଟଙ୍କାର କଳସ ଚୋରି ହୋଇଛି । ଲାଲକିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲିଥିବା ବେଳେ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହି କଳସ ଚୋରି ହୋଇଥିବା ଜଣାପଡିଛି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ତେବେ ମାମଲାରେ ବିଏନଏସ ୨୦୨୩, ୩୦୩(୨) ଅଧିନରେ ଏଫଆଇଆର ଦାୟର କରାଯାଇଛି ।

ଖବର ମୁତାବକ, ନୂଆଦିଲ୍ଲୀରେ ଥିବା ଲାଲକିଲ୍ଲା ପରିସରରେ ଜୈନ ଧର୍ମର ଏକ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ଚୋର ସୁଯୋଗ ଦେଖି ଏକ କୋଟି ଟଙ୍କାରୁ ଅଧିକ ଦାମର ଏକ କଳସ ଚୋରି କରିନେଇଛି । ଏହି କଳସରେ ୭୬୦ ଗ୍ରାମର ସୁନା, ୧୫୦ ଗ୍ରାମର ହୀରା, ମାଣିକ, ମୋତି ଇତ୍ୟାତି ଲାଗିଥିଲା । ଏହି ଜୈନ କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଯୋଗ ଦେଇଥିଲେ ।

ତେବେ ଘଟଣାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି । ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି କଏଦ ହୋଇଛି । ପୋଲିସ ସନ୍ଦିଗ୍ଧଙ୍କ ପରିଚୟ ଖୋଜି ଖୁବଶୀଘ୍ର ଗିରଫ କରିପାରେ ବୋଲି ଆଶଙ୍କା କରାଯାଉଛି ।

ଏହି କଳସକୁ ନେଇ ବ୍ୟବସାୟୀ ସୁଧିର କୁମାର ଜୈନ କହିଛନ୍ତି, ଏହି କଳସ ବହୁମୂଲ୍ୟ ଏବଂ ଚୋର ଧାର୍ମିକ ବେଶଭୂଷା ଧାରଣ କରି ଆସି ଏହାକୁ ଚୋରାଇ ନେଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.