
ଉତ୍ତରାଖଣ୍ଡ : ପାଗରେ ସୁଧାର ଆସିବା ପରେ ଉତ୍ତରାଖଣ୍ଡ ସରକାର ପୁଣି ଚାରଧାମ ଯାତ୍ରାର ରେଜିଷ୍ଟ୍ରେସନ୍ ଆରମ୍ଭ କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହୋଇଥିବା ଅନଲାଇନ ଏବଂ ଅଫଲାଇନ ପ୍ରକ୍ରିୟା ପୁଣି ଥରେ ଉପଲବ୍ଧ ହୋଇଛି । ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀର ଜିଲ୍ଲା ମାଜିଷ୍ଟ୍ରେଟ୍ ପାଗ ଏବଂ ସ୍ଥାନୀୟ ପରିବେଶ ଅନୁସାରେ ଯାତ୍ରୀଙ୍କ ପରିଚାଳନା ନିଷ୍ପତ୍ତି ନେବେ । ଏଥିପାଇଁ ଚାରଧାମ ଯାତ୍ରା ପରିଚାଳନା ଏବଂ ସଂଗଠନ ଦ୍ବାରା ଏକ ବିଜ୍ଞପ୍ତି ଜାରି କରିଥିଲା । ଏହା ସହିତ ଜାରି କରାଯାଇଥିବା ସମସ୍ତ ପରାମର୍ଶକୁ ପାଳନ କରିବାକୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି ।
ଅନଲାଇନ୍ ପଞ୍ଜୀକରଣ :
ଚାରିଧାମ ଯାତ୍ରାର ଅନଲାଇନ୍ ପଞ୍ଜୀକରଣ ସହଜ ରହିଛି । ପଞ୍ଜୀକରଣ ପାଇଁ ଚାରଧାମ ଯାତ୍ରାର ସରକାରୀ ପୋର୍ଟାଲ କିମ୍ବା ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ୱେବସାଇଟକୁ ଯାଇ ମଧ୍ୟ ପଞ୍ଜୀକରଣ କରିପାରିବେ । ପଞ୍ଜିକରଣ ପାଇଁ ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ପରିଚୟ ପତ୍ର ଦେବାକୁ ପଡିବ ।
ଅଫଲାଇନ୍ ପଞ୍ଜୀକରଣ :
ସେହିପରି ଅଫଲାଇନ୍ ପଞ୍ଜୀକରଣ ପାଇଁ ଶ୍ରଦ୍ଧାଳୁମାନେ ରିଦ୍ବାର, ରୁଷିକେଶ, ଡେରାଡୁନ୍ ଭଳି ସ୍ଥାନରେ ଥିବା କାଉଣ୍ଟରକୁ ଯାଇ ନିଜେ ପଞ୍ଜୀକୃତ କରିପାରିବେ । ପଞ୍ଜୀକରଣ ପରେ ଶ୍ରଦ୍ଧାଳୁଙ୍କୁ ଏକ QR କୋଡ୍ ଦିଆଯାଇଥାଏ । ଯାହାକୁ ସେମାନେ ଯାତ୍ରା କରିବା ସମୟରେ ନିଜ ପାଖରେ ରଖିବା ଆବଶ୍ୟକ ।