ଚନ୍ଦ୍ର ଗ୍ରହଣରେ ଆମିଷ ଖାଇବା ନେଇ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ

youtube

ଭୁବନେଶ୍ୱର : ଚନ୍ଦ୍ର ଗ୍ରହଣରେ ଆମିଷ ଖାଇବାକୁ ନେଇ ହୋଇଛି ହଙ୍ଗାମା । ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି । ଆଜି ଭୁବନେଶ୍ୱର ନାଗେଶ୍ଵର ଟାଙ୍ଗୀରେ ଘଟିଛି ଏଭଳି ଘଟଣା । କିଛି ହେତୁବାଦି ମିଶି ଭଡା ଘରେ ଭୋଜି କରୁଥିଲେ । ଘଟଣାର ଖବର ପାଇ ପରମ୍ପରାବାଦୀ ବିରୋଧ ପ୍ରଦର୍ଶନ କରିଥିଲେ । ଦୁହିଁ ଗୋଷ୍ଠୀ ମଧ୍ୟରେ ବଚସା ପରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଘଟଣାରେ ଘର ମାଲିକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଆୟତ କରିଛି ।

Leave A Reply

Your email address will not be published.