କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମରେ ବିସ୍ଫୋରଣ : ଜଣେ ମୃତ, ଅନେକ ଆହତ

youtube

ପାକିସ୍ତାନ : ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶରେ ଘଟିଛି ବଡ଼ ଅଘଟଣ । କ୍ରିକେଟ୍ ମ୍ୟାଚ୍ ଚାଲିଥିଲାବେଳେ ଷ୍ଟାଡିୟମରେ ବିସ୍ଫୋରଣ ଘଟିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଆଇଇଡି ଦ୍ବାରା କରାଯାଇଛି ବୋଲି ବାଜୌର ଜିଲ୍ଲା ପୋଲିସ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ଏବେ ଭାଇରଲ ହେଉଛି ।

ସୂଚନାନୁଯାୟୀ, କ୍ରିକେଟ୍ ମ୍ୟାଚ୍ ଚାଲିଥିବା ସମୟରେ ଖାର ତହସିଲର କୌସର କ୍ରିକେଟ୍ ଗ୍ରାଉଣ୍ଡରେ ବିସ୍ଫୋରଣ ଘଟିଥିଲା । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ବିସ୍ଫୋରଣ ପରେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଲୋକମାନେ ଆତଙ୍କିତ ହୋଇ ଦୌଡିବା ଆରମ୍ଭ କରିଥିଲେ । ଯାହାର ଦୃଶ୍ୟ ଭାଇରଲ ଭିଡିଓରୁ ଦେଖିବାକୁ ମିଳିଛି । ଗତ ମାସରେ ସୁରକ୍ଷା ବାହିନୀଙ୍କ ଦ୍ବାରା ଅପରେସନ୍ ସର୍ବକାଫ ଆରମ୍ଭ ହୋଇଥିଲା ।  ସେହି କାରଣରୁ ପୋଲିସ ଅଧିକାରୀମାନେ ଆତଙ୍କବାଦୀଙ୍କୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.