
ଗୁଜରାଟ : ଗୁଜରାଟର ଚୋଟିଲାରେ ଆପ୍ ନେତା ଅରବିନ୍ଦ କେଜରିୱାଲଙ୍କ ରାଲି ବାତିଲ କରାଯାଇଛି । ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଜମା ହୋଇଛି ଏବଂ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବହୁତ ପ୍ରଭାବିତ ହୋଇଛି । ତେଣୁ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଛି ।
ଗୁଜରାଟର ଭଲସାଡର କପାରଡାରେ ସର୍ବାଧିକ ବର୍ଷା ହୋଇଛି । କପାରଡାରେ ୧୦.୫ ଇଞ୍ଚରୁ ଅଧିକ ବର୍ଷା ହୋଇଛି । ପୋଶିନା, ରାଧନପୁର, ଉମରଗାମରେ ଅଧିକ ବର୍ଷା ହୋଇଛି । ସେହିପରି ଗୁଜରାଟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଫଳରେ ଯାତାୟତରେ ବାଧା ଉପୁଜିଛି । ବିଭିନ୍ନ ସ୍ଥାନରେ ପାଣି ଜମିଛି ।
ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଅନେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଘର ପାଣିରେ ବୁଡ଼ି ଯାଇଛି ଏବଂ ସେମାନଙ୍କୁ ଜୀବନ ବଞ୍ଚାଇବା ପାଇଁ ସ୍ଥାନାନ୍ତର କରିବାକୁ ପଡିଛି । ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଯମୁନା ନଦୀର ସ୍ତର ବିପଦ ସଙ୍କେତରେ ପହଞ୍ଚିଛି, ଯାହା ଫଳରେ ଦିଲ୍ଲୀର ରାସ୍ତାଗୁଡ଼ିକ ମଧ୍ୟ ପାଣିରେ ବୁଡ଼ି ରହିଛି ।