ଇସ୍ତଫା ଦେବାକୁ ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ

youtube

ଜାପାନ : ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଚାନକ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ସେ ନିଜ ପାର୍ଟି ଭିତରେ ଲଗାତାର ଚର୍ଚ୍ଚା ଏବଂ ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ବଡ଼ ପରାଜୟ ପରେ ନେଇଛନ୍ତି । ଜାପାନୀ ଟିଭି ରିପୋର୍ଟସ ମୁତାବକ, ଦଳୀୟ ନେତାମାନେ ତାଙ୍କୁ ରାଜନୈତିକ ଦାୟିତ୍ୱ ନେବାକୁ ଦାବି କରିଥିଲେ । ଜାପାନର କୃଷି ମନ୍ତ୍ରୀ ଏବଂ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଶନିବାର ରାତିରେ ଇଶିବାଙ୍କୁ ଭେଟି ନିଜେ ଇସ୍ତଫା ଦେବାକୁ ଅନୁରୋଧ କରିଥିଲେ ।

ଖବର ମୁତାବକ, ଇଶିବା ଗତ ବର୍ଷ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଗତ ଗୋଟିଏ ମାସ ଧରି ସେ ଇସ୍ତଫା ଦେବା ପାଇଁ ଦଳର ଦକ୍ଷିଣ ପକ୍ଷରୁ ଚାପର ସମ୍ମୁଖୀନ ହେଉଥିଲେ । ଜୁଲାଇରେ, ଇଶିବାଙ୍କ ଶାସକ ମେଣ୍ଟ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହି ମେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ନିର୍ବାଚନରେ ୨୪୮ ଆସନ ବିଶିଷ୍ଟ ଉଚ୍ଚ ସଦନରେ ବହୁମତ ହାସଲ କରିବାରେ ବିଫଳ ହୋଇଥିଲା, ଯାହା ତାଙ୍କ ସରକାରଙ୍କ ସ୍ଥିରତାକୁ ଆହୁରି ଆଘାତ ଦେଇଥିଲା ।

Leave A Reply

Your email address will not be published.