କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ଥିବା ମା’-ପୁଅଙ୍କୁ ଉଦ୍ଧାର କଲା ବନବିଭାଗ

youtube

ରାଜନଗର :  କଙ୍କଡା ଧରିବାକୁ ଯାଇ ୫  ଦିନ ଧରି ନିଖୋଜ ହୋଇଥିବା ମା ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ରାଜନଗର ବନ ବିଭାଗ । ୨ ଜଣଙ୍କୁ ଜଙ୍ଗଲ ମଧ୍ୟରୁ ସୁରକ୍ଷିତ ଉଦ୍ଧାର କଲା ରାଜନଗର ବନ ବିଭାଗ । ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ ମଙ୍କୁଆ ନାଳ ନିକଟରୁ ମା, ପୁଅ ଉଦ୍ଧାର କରି ସେମାନଙ୍କୁ ବୋଟ ଯୋଗେ ସାଥିରେ ଧରି ଫେରିଛି ବନ ବିଭାଗ ।

ଗତ ବୁଧବାର ଦିନ ରାଜନଗର ଦେବେନ୍ଦ୍ରନାରାୟଣପୁର ଗାଁର ଅଞ୍ଜନା ମିର୍ଧା ଓ ତାଙ୍କ ପୁଅ ରତିକାନ୍ତ ମିର୍ଧା କଙ୍କଡା ଧରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇ ବାଟ ବଣା ହୋଇଯାଇଥିଲେ । ବନ ବିଭାଗର 10 ଟି ଟିମ ଆଜି ସଖାଳୁ ଖୋଜାଖୋଜି ଜାରି ରଖିଥିଲା ଏବେ ସେମାନଙ୍କୁ ଉଦ୍ଧାର କରି ବୋଟ ଯୋଗେ କୂଳକୁ ଆଣୁଛନ୍ତି । ଲେଖା ହେବ ଯାଏ କୂଳରେ ପହଁଞ୍ଚିବାକୁ ଲାଗିବ ୩ ଘଣ୍ଟା ।

Leave A Reply

Your email address will not be published.